କରୋନା ପରୀକ୍ଷା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ଆଜି ପଜିଟିଭ ତ କାଲି ନେଗେଟିଭ !

0 2,784

ବୌଦ୍ଧ – କରୋନାକୁ ନେଇ ଅନେକ ଆଲୋଚନା ହେଉଛି | ତା ସମ୍ପର୍କରେ ବିଭିନ୍ନ ଦିନ ବିଭିନ୍ନ ତଥ୍ୟ ଓ ତାର ସ୍ବରୂପ ଆସୁଥିବା ବେଳେ ଚିକିତ୍ସା ଶାସ୍ତ୍ରୀ ମାନେ ମଧ୍ୟ ତାକୁ ସମ୍ପୁର୍ଣ୍ଣ ଭେଦ କରିପାରି ନାହାନ୍ତି l ଏଭଳି ପରିସ୍ଥିତିରେ କରୋନାର ଗୋଟିଏ ନୁଆଁ ସ୍ବରୂପ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ l ଆଜି ପରୀକ୍ଷାରେ ଜଣେ ବ୍ୟକ୍ତି ପଜିଟିଭ ଚିନ୍ହଟ ହୋଇଥିବା ବେଳେ ଆସନ୍ତା କାଲି ପରୀକ୍ଷା ବେଳେ ନେଗେଟିଭ ବାହାରିବାକୁ କରୋନାର ଗୋଟିଏ ବିଚିତ୍ର ମାୟା କହିଲେ ଅତ୍ୟୁକ୍ତି ହେବ ନାହିଁ | ମିଳିଥିବା ସୂଚନା ଅନୁଯାୟୀ ଗତ 22 ତାରିଖରେ ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମକୁ ବୌଦ୍ଧ ମେଡିକାଲ୍ ଟିମ୍ କରୋନା ଟେଷ୍ଟ ପାଇଁ ଯାଇଥିଲେ l ସେଥିରୁ ଅନେକ ଲୋକ ପଜିଟିଭ ଥିବା ଆଣ୍ଟିଜେନ ଟେଷ୍ଟରୁ ଜଣା ପଡିଲା l ଗାଆଁ ରେ ଟେଷ୍ଟ ହୋଇ ପଜିଟିଭ ଚିନ୍ହଟ ହୋଇଥିବା ଜଣେ ମହିଳା ଓ 2 ଜଣ ପୁରୁଷ ତହିଁ ପରଦିନ ଅର୍ଥାତ୍ ଗତକାଲି ବୌଦ୍ଧ ପୁରୁଣା ଜେଲ୍ ନିକଟରେ ହେଉଥିବା ଜିଲ୍ଲା କୋଭିଡ୍ ପରୀକ୍ଷା କେନ୍ଦ୍ରକୁ ଆସି ଆଉଥରେ ପରୀକ୍ଷା କରାଇ ଥିଲେ l ସେଠାରୁ ମିଳିଥିବା ରିପୋର୍ଟ ରେ ସେମାନେ ନେଗେଟିଭ ଚିନ୍ହଟ ହୋଇଥିଲେ | ଗତ କିଛି ଦିନ ତଳେ ଅଁଳା ପାଲି ଗ୍ରାମର ଜଣେ 18 ବର୍ଷୀୟ ଯୁବକ ମଧ୍ୟ ଗାଆଁରେ ପରୀକ୍ଷା କରାଇ ସନ୍ଦେହ ହେବାରୁ ଗତ ମେ 7 ତାରିଖରେ ଆଉ ଥରେ ମନମୁଣ୍ଡାରେ ଆଣ୍ଟିଜେନ ଟେଷ୍ଟ କରାଇ ନେଗେଟିଭ ଚିନ୍ହଟ ହୋଇଥିଲେ | ସେ ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ଫୋନ୍ କରି ଜଣାଇବା ପରେ ସେ ଦୁଇଥର ପରୀକ୍ଷା କରାଇ ଥିବାରୁ ତାଙ୍କୁ ଜେଲ୍ ରେ ପୁରାଇ ଦିଆଯିବାର ଧମକ ମିଳି ଥିବା ଅଭିଯୋଗ ହୋଇଥିଲା | ବର୍ତ୍ତମାନ ମୁଣ୍ଡିପଦର ଗାଆଁରେ ପରୀକ୍ଷା କରାଇ ପଜିଟିଭ ହୋଇଥିବା ଦୁଇ ଜଣ ଯୁବକ ଓ ଜଣେ ମହିଳା ତହିଁ ପରଦିନ ବୌଦ୍ଧ ରେ ପରୀକ୍ଷା କରାଇ ନେଗେଟିଭ ହେବା ଘଟଣା ଲୋକ ଲୋଚନକୁ ଆସିବା ପରେ ଜିଲ୍ଲାରେ କରୋନାର ବିଚିତ୍ର ଲୀଳାକୁ ନେଇ ଆଲୋଚନାର ଖୋରାକ୍ ଯୋଗାଇଛି l

hiranchal ad1
Leave A Reply

Your email address will not be published.

three × four =