ଗ୍ରାମାଞ୍ଚଳରେ କୋରୋନା ସଚେତନତା କାର୍ଯ୍ୟକ୍ରମ

0 101

ପାଟଣାଗଡ –
ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା ର ଯୁବ ସମାଜସେବୀ ତଥା ଯୋଗ ଚାମ୍ପିଅନ୍ ମୁରଲୀଧର ମେହେର୍ (ମଣ୍ଟୁ) ଙ୍କ ନେତୃତ୍ୱ ରେ ସାହାଜପାଣି ଗ୍ରା.ପ. ଅଧୀନସ୍ଥ ବାଗଡିଆ ଗ୍ରାମ ରେ ଆଜି ବିଶ୍ଵବ୍ୟାପୀ ମହାମାରୀ କୋରୋନା ର ସଂକ୍ରମଣ ରୁ ସୁରକ୍ଷା ପାଇଁ ଘରେ ଘରେ ସଚେତନତା ସହ ଘରେ ତିଆରି ମାସ୍କ ଖପ୍ରାଖୋଲରୁ ବୁଲୁ ପଣ୍ଡା ଙ୍କ ସହଯୋଗ ରେ ସାବୁନ୍ ଭଲି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଥିଲା l ଆଗାମୀ ଦିନରେ ପ୍ରବାସୀ ଓଡିଆଙ୍କ ଘର ଲେଉଟା ପାଇଁ ପଞ୍ଜୀକରଣ ଆଦି ବିଷୟ ରେ ମୁରଲୀଧର ବୁଝାଇଥିଲେ l ଗ୍ରାମର ଶତାଧିକ ଗ୍ରାମବାସୀ ଆଜି ସ୍ଥାନୀୟ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁବାଷ୍ ମେହେର୍ ଏବଂ ତାଙ୍କ ପରିବାର ଙ୍କ ଏଭଲି ପ୍ରେରଣା, ସହଯୋଗ ସେବା କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ l

hiring

ଉକ୍ତ ମହତ୍ କାର୍ଯ୍ୟ କୁ ସହଯୋଗ କରିବା ପାଇଁ ଗ୍ରାମର ବୀରେନ୍, ଲକ୍ଷ୍ୟ, ତଥା ଫୁଲକିମୁଣ୍ଡା ରୁ ସୁଭାଷ ଚନ୍ଦ୍ର ମେହେର୍, ଦୀନବନ୍ଧୁ, ଜିତେନ୍, ଆଦି ଉପସ୍ଥିତ ଥିଲେ l ପାଇକମାଲ ମଙ୍ଗଲ ଟିଭି ମାଲିକ ସୁମିତ ଅଗ୍ରୱାଲଙ୍କୁ ର ସହାୟତା କ୍ରମେ ଏହି ସେବା କାର୍ଯ୍ୟ ଯଥାସମ୍ଭବ ଆଗକୁ ମଧ୍ଯ ଜାରି ରହିବ l ସୂଚନାଯୋଗ୍ୟଯେ ବିଗତ କିଛିଦିନ ଧରି ଘରେ ମାସ୍କ ସିଲେଇ ହଜାର ହଜାର ଲୋକଙ୍କୁ ବଣ୍ଟନ କରିବା ସହ ସଚେତନ କରିବା, ସେବା ପ୍ରଦାନ କରିବା ଦିଗରେ ମେହେର୍ ପରିବାର ସ୍ଵେଚ୍ଛାସେବୀ ଭାବେ ଆଗେଇ ଆସିଛନ୍ତି l

hiranchal ad1
Leave A Reply

Your email address will not be published.

thirteen + six =