ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଳକର ବୁଦୁରା ଗ୍ରାମ ପଞ୍ଚାୟତର ବଥବା ଗ୍ରାମରେ ହେଲପ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ କୋଭିଡ-୧୯ ଉପରେ ଗ୍ରାମର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ କୋଭିଡ-୧୯ ସଚେତନତା କରାଇଛନ୍ତି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା, ଗରମ ଖାଦ୍ୟ ଖାଇବା, ବାରମ୍ବାର ସାବୁନରେ ହାତ ଧୋଇବା, ଭିଟାମିନ ସି ଯୁକ୍ତ ଖାଦ୍ୟ ଖାଇବା ଏବଂ ପରିବେଶ ସଫାସୁତୁରା ରଖିବା ଉପରେ ସଚେତନତା କରାଇଥିଲେ ।