ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

0 122

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ଶନିବାର କ୍ରାମଇବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।। ଡିଜିପିଙ୍କ ନିର୍ଦ୍ଦେଶରେ ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।କ୍ରାଇମବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଗଠନ କରାଯାଇଛି । ପୂର୍ବରୁ ଏହି ମାମଲାର ଯାଞ୍ଚରେ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ଥିଲା। ମାମଲାର ତଦନ୍ତରେ ଗଜପତି ପୋଲିସକୁ ସହାୟତା କରୁଥିଲା କ୍ରାଇମବ୍ରାଞ୍ଚ ଟିମ୍। ମାମଲା ତଦନ୍ତ ହସ୍ତାନ୍ତର ହେବା ପରେ କ୍ରାଇମବ୍ରାଞ୍ଚ ଟିମ୍ ମୃତ୍ୟୁ ଘଟଣା ଖିଅ ଖୋଜିବ ଟିମ୍।

hiring

ସୂଚନା ମୁତାବିକ, ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ମାସେ ବିତିଗଲାଣି । କିନ୍ତୁ ଏଯାଏଁ ମାମଲାର କୌଣସି ଖିଅ ପାଇପାରିନାହିଁ ପୋଲିସ । ସେପଟେ ନ୍ୟାୟ ଅପେକ୍ଷାରେ ବସିଛନ୍ତି ସୌମ୍ୟଙ୍କ ପରିବାର । ଜୁଲାଇ ୧୨ ତାରିଖରେ ସରକାରୀ କ୍ବାର୍ଟରରେ ନିଆଁରେ ପୋଡି ହୋଇଯାଇଥିଲେ ଏସିଏଫ୍‌ ସୌମ୍ୟରଞ୍ଜନ । ୯୫ ପ୍ରତିଶତ ପୋଡି ଯାଇଥିବା ଏସିଏଫଙ୍କର ତା ପରଦିନ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ବିରୋଧରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । କିନ୍ତୁ ସୌମ୍ୟଙ୍କ ମୃତ୍ୟୁର ମାସେ ପରେ ବି ରହସ୍ୟ ଉପରୁ ହଟୁନି ପରଦା । ଫଳରେ ପୋଲିସର ତଦନ୍ତ ଦିଗ ଉପରେ ଆଙ୍ଗୁଳି ଉଠିଥିଲା । ତେବେ ଡିଜିପିଙ୍କ ନିର୍ଦ୍ଦେଶରେ ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି ।

hiranchal ad1
Leave A Reply

Your email address will not be published.

6 + eleven =