ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରି କଟକ ଜିଲ୍ଲା କଂଗ୍ରେସର ସାଇକେଲ ଶୋଭାଯାତ୍ରା

0 124

କଟକ,୯/୭- କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ଦ୍ୱାରା ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ଫଳରେ ସାଧାରଣତଃ ଗରିବ, ମଧ୍ୟବିତ୍ତ ପରିବାରଙ୍କ ଉପରେ ଆର୍ଥିକବୋଝ ବଢିବଢି ଚାଲିଛି । ପେଟ୍ରୋଲ ୧୦୦ ଟଙ୍କା ଛୁଇଁଲାଣି, ରନ୍ଧନ ଗ୍ୟାସ ୧୦୦୦ ପାଖାପାଖି ପହଞ୍ଚିଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏହିଦ୍ରବ୍ୟରୁ ଟିକସ କମେଇବାକୁ କଂଗ୍ରେସ ଦାବି କରିଛି । ସେହିପରି ଚାଷୀଧାନର ସର୍ବନିମ୍ନ ମୂଲ୍ୟକୁ ୨୯୩୦ ଟଙ୍କାକୁ ବଢାଇବା ଓ ରାଜ୍ୟରେ ମଣ୍ଡିରେ ଧାନବିକ୍ରି ପାଇଁ ଯେଉଁ ଟୋକନ ଦିଆଯାଇଥିଲା ତାର ଅବଧିକୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବଢାଇବା ବିଷୟକୁ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ କଟକଜିଲ୍ଲା କଂଗ୍ରେସର ସଭାପତି ଶ୍ରୀଯୁକ୍ତ ମାନସ ରଞ୍ଜନ ଚୌଧୁରୀଙ୍କ ନେତୃତ୍ୱରେ କଟକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଏକ ସାଇକେଲ ଶୋଭାଯାତ୍ରା ମଧ୍ୟ ବାହାର କରାଯାଇଥିଲା । ଏହି ଶୋଭାଯାତ୍ରା ମଧୁପାଟଣା ଥାନା, ଲିଙ୍କରୋଡ, ବାଦାମବାଡି, ଦୋଳମୁଣ୍ଡେଇ, ବଜ୍ରକବାଟି, ରାଣୀହାଟ ଦେଇ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିଥିଲା । ପରେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲା ସଭାପତି ମାନସ ଚୌଧୁରୀ ତାଙ୍କ ଅଭିଭାଷଣରେ କହିଥିଲେ କେନ୍ଦ୍ରରେ ଥିବା ବିଜେପି ସରକାର ଯେଭଳି ଭାବେ ପ୍ରତିଦିନ ତୈଳ ଦର ବାରମ୍ବାର ବୃଦ୍ଧି କରୁଛନ୍ତି , ଧୀରେ ଧୀରେ ଜନଅସନ୍ତୋଷ ବୃଦ୍ଧି ପାଇଲାଣି, ଯଦି ସରକାର ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରିତ ନକରନ୍ତି ଆଗାମୀ ଦିନରେ ପ୍ରତି ବ୍ଲକ ପ୍ରତି ପଞ୍ଚାୟତସ୍ତରରେ ପ୍ରତିବାଦ ସଭା କରାଯିବ । ଜନସାଧାରଣ ସହିତ କଂଗ୍ରେସ ଅଛି ଏହି ଲଢେଇ ଜାରିରହିବ ବୋଲି ସୂଚାଇ ଥିଲେ । କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀଯୁକ୍ତ ସୁରେଶ କୁମାର ମହାପାତ୍ର ମଧ୍ୟ କେନ୍ଦ୍ରସରକାର ଓ ରାଜ୍ୟସରକାରଙ୍କ ଉପରେ ଦରବୃଦ୍ଧିକୁ ନେଇ କଡ଼ା ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରବି ମଲ୍ଲିକ, ବାଙ୍କନିଧି ବେହେରା, ପ୍ରତାପ ମଲ୍ଲିକ, ଶିଶିର କୁମାର ରଥ , ରାଜେଶ ସ୍ୱାଇଁ, ସୌମେନ୍ଦ୍ର ହାତୀ, ସୁକାନ୍ତ ସାହାଣୀ, ଡକ୍ଟର ବିପ୍ଳବ ଶିଲାଦି଼ିତ୍ୟ (ସଧାରଣ ସମ୍ପାଦକ ଯୁବ କଂଗ୍ରେସ), ଦୀପକ ମହାନ୍ତି (ସଭାପତି ଛାତ୍ର କଂଗ୍ରେସ ) ସଚିଦାନନ୍ଦ ରାଉତ, ବୀରେନ ପଶାୟତ, ରାଜ ଶିକନ ସ୍ୱାଇଁ, ଆଶୁତୋଷ ରାଉତ, ଅନିରୁଦ୍ଧ ଦାସ, ଫୈଜା ଆକ୍ତାର, ଅଭିରାମ ରାଉତ,ବିଶ୍ୱରଞ୍ଜନ ଦାସ (ସମ୍ପାଦକ ଯୁବ କଂଗ୍ରେସ) ଆଶିଷ ରାଉତ, ସକ୍‌ ଆନିଶ କୁରେସି, ସତ୍ୟଜିତ ସେଠୀ, କମାଲେନ୍ଦୁ ଆଚାର୍ଯ୍ୟ, ଚିରଞ୍ଜିବୀ ମହାପାତ୍ର, ସାଗର ନାୟକ, ସିଦ୍ଧାନ୍ତ ମହାପାତ୍ର, ଦେବ ରାଉତ, ସୁନୀଲ ରାଉତ, ଜୀନୁ ରାଉତଙ୍କ ସହିତ ବହୁ କଂଗ୍ରେସକର୍ମୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × 1 =