ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଫୁ ! ରେଡଜୋନ ଜିଲ୍ଲାକୁ ଯାଇ କ୍ୱାରେଣ୍ଟାଇନରେ ଦାରିଙ୍ଗବାଡ଼ି ଗୋଷ୍ଠୀ ଶିକ୍ଷାଅଧିକାରୀ ଓ ସହକାରୀ କର୍ମଚାରୀ ଆଉ ଦୁଇ ଅତିରିକ୍ତ ଶିକ୍ଷା ଅଧିକାରୀ ମଧ୍ୟ ଜିଲ୍ଲା ବାହାରେ

0 573

ଦାରିଙ୍ଗବାଡ଼ି,୧୬/୭ : କରୋନା ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲାପାଳ ଡି. ବୃନ୍ଦା ଡି ଗତ ୮ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରି ବିନା ଅନୁମତିରେ ଜିଲ୍ଲା ବାହାରକୁ ଯିବାପାଇଁ ବାରଣ କରିଥିବା ବେଳେ ଜରୁରୀ ପରିସ୍ଥିତିରେ ଅନୁମତି ନେଇ ଜିଲ୍ଲା ବାହାରକୁ ଯାଇ ଫେରିଲା ପରେ ୧୪ଦିନ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହିବାକୁ ବାଧ୍ୟ ବୋଲି ଚିଠିରେ ଉଲ୍ଲେଖ କରିଥିଲେ । ତେବେ ଜିଲ୍ଲାପାଳଙ୍କ ଏହି ର୍ନିେଶକୁ ଦାରିଙ୍ଗବାଡି ଶିକ୍ଷା ବିଭାଗର କର୍ମଚାରୀମାନେ ସଂପୂର୍ଣ୍ଣ ଭାବରେ ଅବମାନନା କରୁଥିବା ଜଣାପଡ଼ିଛି । ଜିଲ୍ଳାପାଳଙ୍କ ବିନାଅନୁମତିରେ ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ ନିଜ ଘର କଟକ ଜିଲ୍ଲାକୁ ଗତ ଶୁକ୍ରବାର ଯାଇଥିବା ବେଳେ ତାଙ୍କ କାର୍ଯ୍ୟାଳୟର ଏମା.ଇ.ଏସ ପ୍ରାଣତୋଷ ସାହୁ ମଧ୍ୟ ନୟାଗଡ ଜିଲ୍ଲାକୁ ଯାଇଥିଲେ । ତେବେ ଜିଲ୍ଲା ବାହାରକୁ ଯିବାପାଇଁ ସେମାନେ ଜିଲ୍ଲାପାଳଙ୍କ ନିକଟରୁ ଅନୁମତି ନେଇନଥିବା ଜଣାପଡ଼ିଛି । ଶୁକ୍ରବାର ଠାରୁ ଦୁହେଁ ନିଜ ନିଜ ଜିଲ୍ଲାକୁ ଯାଇଥିବା ବେଳେ ଗତକାଲି ଅପରାହ୍ନ ୨ଟା ସମୟରେ ଦାରିଙ୍ଗବାଡିକୁ ଫେରିଥିଲେ । ତେବେ ଫେରିବା ପରେ ସେମାନେ ସରକାରୀ କ୍ୱାରେଣ୍ଟାଇନରେ ରହିବାର ନିୟମ ରହିଥିବା ବେଳେ ସେମାନେ ଜିଲ୍ଲା ବାହାରକୁ ଯାଇ ଫେରିଥିବା ଖବରକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ତେବେ ଏନେଇ ଦାରିଙ୍ଗବାଡି ତହସିଲଦାର ନୀତିଶ କୁମାର ତ୍ରିପାଠୀ ଓ ବିଡିଓ ଜଗଦୀଶ ଷଡ଼ଙ୍ଗୀଙ୍କୁ ଜଣାଇବା ପରେ ବୁଧବାର ରାତିରେ ଉଭୟଙ୍କୁ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି । ଉଭୟଙ୍କୁ ଦାରିଙ୍ଗବାଡି ଆମ୍ବେଦକର କନିଷ୍ଠ ମହାବିଦ୍ୟାଳୟରେ ଥିବା କ୍ୱାରେଣ୍ଟାଇନରେ ରଖାଯାଇଥିବା ନେଇ ବିଡିଓ ଶ୍ରୀ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି । ସେହିଭଳି ଦାରିଙ୍ଗବାଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଆଉ ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନାୟକ ମହାପାତ୍ର ନିଜ ଘର ପୁରୀ ଜିଲ୍ଲାକୁ ଯାଇଥିବାବେଳେ ଦାଶରଥି ମହାରଣା ନିଜ ଘର ନୟାଗଡ ଜିଲ୍ଲାକୁ ବିନା ଅନୁମତିରେ ଯାଇଥିବା ଜଣାପଡ଼ିଛି । ଏନେଇ ବିଡିଓଙ୍କ ସହିତ ଆଲୋଚନା କରିବାରୁ ସେମାନେ ଫେରିଲେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନେରେ ରଖାଯିବ ବୋଲି କହିଥିଲେ । ଏହିଭଳି ଭାବରେ ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗର ଅଧିକାରୀ ଓ କିଛି କର୍ମଚାରୀମାନେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅବମାନନା କରି ରେଡଜୋନରେ ଥିବା ଜିଲ୍ଲାକୁ ଯାତାୟାତ କରୁଥିବାରୁ ଦାରିଙ୍ଗବାଡି ଅଂଚଳରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା କରିଛନ୍ତି ଅଞ୍ଚଳବାସୀ । ପୂର୍ବରୁ ଏହିଭଳି ଭାବେ ଏହି ସରକାରୀ କର୍ମଚାରୀମାନେ ଜିଲ୍ଲା ବାହାରକୁ ଯାଇ ଫେରିଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ସାନିଟାଇଜ କରିବାପାଇଁ ସାଧାରଣରେ ମତପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

thirteen + sixteen =