ଦାରିଙ୍ଗବାଡ଼ି ରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ

0 119

ଦାରିଙ୍ଗବାଡ଼ି ୨୬/୭: ଦାରିଙ୍ଗବାଡ଼ି ରେ ଆରମ୍ଭ ହୋଇଛି ଡୋରଟୁ ଡୋର ସର୍ଭେ l ଦାରିଙ୍ଗବାଡ଼ିର ସମସ୍ତ ୱାର୍ଡ ରେ ଘରକୁ ଘର ବୁଲି ମେଡିକାଲ ଟିମ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି l ପ୍ରତି ୱାର୍ଡ ପାଇଁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କର୍ମୀଙ୍କ ଟିମ ଗଠନ କରାଯାଇଛି l ଟିମ ରେ ଜଣେ ଏଏନଏମ୍ ,ଆଶା ଦିଦି ,ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ ସାଥି ଅଛନ୍ତି l ସେମାନେ ଘରକୁ ଘର ବୁଲି ଲୋକଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବା ସହିତ ଥର୍ମାଲ ଗନ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯିବା ବ୍ୟବସ୍ଥା କରାଯାଇଛି l ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ,ଜୟପାଲ ସେନାପତି କହିଛନ୍ତି କି ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ହେଉଥିବାରୁ ଘରକୁ ଘର ବୁଲି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି l ଲକ୍ଷଣ ଥିବା ଲୋକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଉଥିବା କହିଛନ୍ତି l ଜିଲ୍ଲା ପ୍ରଶାସନ ତରଫରୁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ଶନିବାର ଠାରୁ ମଙ୍ଗଳବାର ଯାଏଁ ୪ଦିନ ପାଇଁ ଜିଲ୍ଲାକୁ ସମ୍ପୁର୍ଣ୍ଣ ସଟଡାଉନ କରାଯାଇଛି l ମଙ୍ଗଳବାର ଯାଏଁ ଏହି ପରୀକ୍ଷା କରାଯିବ l ଦାରିଙ୍ଗବାଡ଼ି ପାଇଁ ମୋଟ ୧୦ଟି ଟିମ ଗଠନ କରାଯାଇଥିବା ବେଳେ ପ୍ରାୟ ୮ହଜାର୩ଶହ୬୩ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି l ଅନ୍ୟପକ୍ଷରେ ଯେଉଁ ମାନଙ୍କର ଥଣ୍ଡା, କାଶ ଓ ଛିଙ୍କ ଆଦି ସମସ୍ୟା ରହିଛି ସେମାନେ ତାହାକୁ ନଲୁଚାଇ ନିଜ ତରଫରୁ ନିଜ ଅଞ୍ଚଳର ଏଏନଏମ୍ ଓ ଅଙ୍ଗନୱାଡ଼ି ଙ୍କୁ ଏ ନେଇ ସୂଚନା ଦେବା ପାଇଁ ପ୍ରଶାସନ ତରଫରୁ ଲୋକଙ୍କୁ କୁହାଯାଇଛି l

hiranchal ad1
Leave A Reply

Your email address will not be published.

6 + 12 =