ଯାତ୍ରୀ ବିଶ୍ରାମାଗାର ପାଲଟିଛି ଠିକା ସଂସ୍ଥାର ଗୋଦାମ, ଖରାବର୍ଷାରେ ଯାତ୍ରୀ ହନ୍ତସନ୍ତ

0 187

ଦାରିଙ୍ଗବାଡି,୨୧/୪- ଗାଁ ଗହଳିରେ ଲୋକଙ୍କ ଯାତାୟାତ ପାଇଁ ବସ୍‌କୁ ଅପେକ୍ଷା କରିବା ତଥା ବିଶ୍ରାମ ନେବାପାଇଁ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରାଯାଉଛି । ଯାହା ଫଳରେ ଯାତ୍ରୀମାନେ ସୁବିଧାରେ ବିଶ୍ରାମକରି ଯାତ୍ରା କରିପାରିବେ । କିନ୍ତୁ ସେହି ଯାତ୍ରୀ ବିଶ୍ରାମଗାରଟିକୁ ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ସିମେଣ୍ଟ ଗୋଦାମ ଭାବେ ବ୍ୟବହାର କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ୍‌ ସିଆଙ୍ଗବାଲି ପଞ୍ଚାୟତରେ । ୫୯ନମ୍ବର ଜାତୀୟ ରାଜପଥ ତଥା ସିଆଙ୍ଗବାଲି ପଞ୍ଚାୟତ ଅଧିନ ଜଗୁଟି ଛକରେ ଥିବା ଯାତ୍ରୀ ବିଶ୍ରାମଗାରଟି ସ୍ଥାନୀୟ ଜନସାଧାରଣଙ୍କ କାମରେ ଆସୁନଥିବାବେଳେ ଖରା ବର୍ଷା ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଂଚଳବାସୀ । ବର୍ତ୍ତମାନ ମୁଣ୍ଡଫଟା ଖରାରେ ଯାତ୍ରୀମାନେ ଖରାରେ ଛିଡାହୋଇ ବସକୁ ଅପେକ୍ଷା କରୁଥିବାବେଳେ ବର୍ଷା ପବନବେଳେ ବିଶ୍ରାମଗାର ବଦଳରେ ଗଛମୂଳରେ ରହିବାକୁ ବାଧ୍ୟ ହେଉଛନ୍ତି । ଠିକାଦାର ଜଣକ ବିଶ୍ରାମଗାର ଭିତରେ ସିମେଣ୍ଟ ଭର୍ତ୍ତିକରି ବିଶ୍ରାମଗାରରେ ତାଲା ପକାଇ ରଖିଛନ୍ତି । ତେଣୁ ଏହି ବିଶ୍ରାମଗାର ଯାତ୍ରୀଙ୍କ ପାଇଁ ନା ଠିକାଦାରଙ୍କ ସିମେଣ୍ଟ ଗୋଦାମ ପାଇଁ ନିର୍ମାଣ କରାଯାଇଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି । ଏନେଇ ସଂପୃକ୍ତ ଠିକାସଂସ୍ଥାର ଅଧିକାରୀ ଓ ବ୍ଲକ୍‌ ପ୍ରଶାସନ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବିଶ୍ରାମଗାରକୁ ସ୍ୱାଭାବିକ କରିବାସହ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

5 − 2 =