ପୋଷଣଯୁକ୍ତ ଖାଦ୍ୟ ନିରାପତ୍ତା ସମ୍ପର୍କିତ ଜିଲ୍ଲାସ୍ତରୀୟ ଅଭିଯାନ

0 88

ଦାରିଙ୍ଗବାଡି,୨୩/୯: ଜିଲ୍ଲାସ୍ତରୀୟ ଲୋକ ସଙ୍ଗଠନ ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ, କନ୍ଧମାଳ ପକ୍ଷରୁ ଖାଦ୍ୟସୁରକ୍ଷା ଯୋଜନାରେ ଡାଲି, ଖାଇବା ତେଲ ଓ ଲୁଣକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଏକ ଜିଲ୍ଲାସ୍ତରୀୟ ଅଭିଯାନ“କୁପୋଷଣ ଯଦି କରିବା ଦୂର, ଡାଲି-ତେଲ-ଲୁଣ ନିଶ୍ଚିତ କର”ଉକ୍ତ କାର୍ଯ୍ୟକ୍ରମ ସଙ୍ଗଠନ ପକ୍ଷରୁ ଦାରିଙ୍ଗବାଡି ବ୍ଲକରେ ଆରମ୍ଭ କରାଯାଇଅଛି । ଆମ ଅଞ୍ଚଳରେ ରେସନ କାର୍ଡ ପାଇଥିବା ସମସ୍ତ ପରିବାର ଅତି ଗରିବ,ଆଦିବାସୀ ଓ ଦଳିତ ପରିବାର । ବଜାରରୁ ଡାଲି,ତେଲ ଓ ପନିପରିବା କିଣି ଖାଇବା ପାଇଁ ପାଖରେ ଟଙ୍କା ନାହିଁ । ତେଣୁ ଶିଶୁ,ଗର୍ଭବତୀ ଓ ପ୍ରସୂତି ମହିଳା,କିଶୋରୀ ବାଳିକା ମାନେ ପୁଷ୍ଟିହୀନତାର ଶିକାର ହେଉଛନ୍ତି । ଫଳରେ ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର ଆଦିରେ ଆଖିଦୃଶିଆ ପରିବର୍ତ୍ତନ ହୋଇପାରୁନାହିଁ ଏବଂ ଆବଶ୍ୟକ ଅନୁସାରେ ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ହେବାରେ ବାଧା ସୃଷ୍ଟି ହେଉଛି । ବର୍ତ୍ତମାନ ଏହି ମହାମାରୀ ସମୟରେ ସରକାର ଖାଦ୍ୟ ସୁରକ୍ଷା ଆଇନରେ ପ୍ରତି ପରିବାରକୁ ଚାଉଳସହ ୧ କିଲୋଗ୍ରାମ ଡାଲି ମାଗଣାରେ ଯୋଗାଇ ଦେଉଛନ୍ତି । ହେଲେ ଏଥିସହିତ କୋଭିଡ-୧୯ ସମୟରେ ଖାଦ୍ୟ ସୁରକ୍ଷା ଆଇନରେ ପ୍ରତ୍ୟେକ ରେସନ କାର୍ଡରେ ଦିଆଯାଉଥିବା ଚାଉଳ ସହ ଡାଲିକୁ ବନ୍ଦ କରାନଯାଉ, ଖାଦ୍ୟ ସୁରକ୍ଷା ଆଇନରେ ପ୍ରତ୍ୟେକ ରେସନ କାର୍ଡରେ ମାସକୁ ଅତି କମରେ ୧ ବର୍ଷ ପର୍ଯ୍ୟନ୍ତ ୧ କିଲୋଗ୍ରାମ ଡାଲି ମାଗଣାରେ ଦିଆଯିବା, ଅତିରିକ୍ତ ୨ କିଲୋଗ୍ରାମ ଡାଲି ୧୦ ଟଙ୍କା ଦରରେ ଦିଆଯିବା ସହ ୧ ଲିଟର ଖାଇବା ତେଲ ୧୦ ଟଙ୍କା ଦରରେ ଓ ଆୟୋଡିନଯୁକ୍ତ ଲୁଣ ମାଗଣାରେ ଯୋଗାଇ ଦିଆଯାଉ ବୋଲି କନ୍ଧମାଳ ଜୀବିକା ସୁରକ୍ଷା ମଞ୍ଚ ଓଡିଶାର ମାନ୍ୟବର ରାଜ୍ୟପାଳ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅଭିଯାନକୁ ଦାରିଙ୍ଗବାଡି ଜୀବିକା ସୁରକ୍ଷା ମଞ୍ଚର ସଭାପତି ସୁଧାକର ପ୍ରଧାନ ପରିଚାଳନା କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =