ଦାରିଙ୍ଗବାଡି,୨୫/୧୧: । ୫ହଜାର ତାଙ୍କ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି ଦାରିଙ୍ଗବାଡି ବ୍ଲକ ବି ଇ ଓ ଅଫିସର ହେଡ କ୍ଳର୍କ ଚିତ୍ତରଞ୍ଜନ ସିଂ । ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷକ ନିଜ କାର୍ଯ୍ୟ କଲା ସମୟରେ ମୃତ୍ୟୁବରଣ କରିଥିବା ବେଳେ ପିତାଙ୍କ ମୃତ୍ୟପରେ ତାଙ୍କ ସ୍ଥାନରେ ତାଙ୍କ ପୁଅଙ୍କୁ ପୁନଃ ସ୍ଥାପନ କରିବା ପାଇଁ କାଗଜପତ୍ର କାମ କରିବା ପାଇଁ ହେଡ କ୍ଳର୍କ ୫ହଜାର ଟଙ୍କା ଦାବି କରିଥିଲେ ତେବେ ଏ ନେଇ ମୃତ ଶିକ୍ଷକଙ୍କ ପୁଅ ବ୍ରହ୍ମପୁର ଭିଜିଲାନ୍ସ ଟିମର ସହାୟତା ଲୋଡିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ଆଜି ମୃତ ଶିକ୍ଷକଙ୍କ ପୁଅ ଶିବଶଙ୍କର ପଟ୍ଟନାୟକ ଦାରିଙ୍ଗବାଡି ବିଇଓ ଅଫିସରେ ପହଞ୍ଚିଥିବା ବେଳେ ହେଡ କ୍ଳର୍କ ୫ହଜାର ଟଙ୍କା ପୁଣି ମାଗିଥିଲେ । ଶିବଶଙ୍କର ହେଡକ୍ଳର୍କ ସିଂ ଙ୍କୁ ୫ହଜାର ଟଙ୍କା ଦେଇଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ତାଙ୍କୁ କାବୁ କରି ରଙ୍ଗବୋଳା ନୋଟ ଜବତ କରି ତାଙ୍କୁ ଗିରଫ କରିଥିଲେ ।