ଦାରିଙ୍ଗବାଡ଼ିରେ ୨ୟ ସପ୍ତାହ ସଟ୍ ଡାଉନ୍ ରାସ୍ତାଘାଟ ଶୂନଶାନ ପୁଲିସ ପ୍ୟାଟ୍ରୋଲିଂ କଡ଼ାକଡ଼ି

0 111

ଦାରିଙ୍ଗବାଡ଼ି,୧୧/୭: କନ୍ଧମାଳ ଜିଲ୍ଳାରେ କରୋନା ଭୂତାଣୁ ସଂକ୍ରମଣ ରୋକିବାଲାଗି ଚଳିତ ମାସର ପ୍ରତି ଶନିବାର ଏବଂ ରବିବାର ଦୁଇଦିନକୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । ଆଜି ଚଳିତ ମାସର ୨ୟ ସପ୍ତାହନ୍ତ ସଟ୍ ଡାଉନର ପ୍ରଥମ ଦିନରେ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ରେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି । ଦୋକାନ, ବଜାର, ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ଥିବାବେଳେ ଥାନା ଅଂଚଳରେ ଥିବା ଛକମାନଙ୍କରେ ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି । ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କୁ ଜିଲ୍ଲା ଛଡା ଯାଉନଥିବାବେଳେ ଅତି ଜରୁରୀ କାମ ଥିବା ଲୋକଙ୍କୁ ସହରକୁ ଛଡାଯାଉଛି । ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ତତ୍ୱବାଧାନରେ ଦାରିଙ୍ଗବାଡ଼ିର ବିଭିନ୍ନ ଛକ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଥାନା ଅଧୀନରେ ଥିବା ଗ୍ରାମ ଗୁଡ଼ିକରେ ପୁଲିସ ତରଫରୁ ପ୍ୟାଟ୍ରୋଲିଂ କଡ଼ାକଡ଼ି କରାଯାଇ ବିଭିନ୍ନ ଛକ ନିକଟରେ ଯାନବାହନ ଯାଞ୍ଚ କରାଯାଉଛି । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ଆଜିଠାରୁ ଗଞ୍ଜାମ ଜିଲ୍ଲାରୁ କୌଣସି ଲୋକ କନ୍ଧମାଳ ଜିଲ୍ଲାକୁ ଆସିପାରିବେ ନାହିଁ । ଯଦି ଗଞ୍ଜାମ ଜିଲ୍ଲାରୁ ଆସିବା ଅତ୍ୟନ୍ତ ଜରୁରୀ ତେବେ ଯେଉଁ ଅଞ୍ଚଳକୁ ଆସିବେ ସେହି ଅଞ୍ଚଳର ଉପ-ଜିଲ୍ଲାପାଳଙ୍କ ଠାରୁ ଇ-ମେଲ କିମ୍ବା ହ୍ୱାଟ୍ସଆପ ଜରିଆରେ ଆବେଦନ କରି ଅନୁମତି ମାଗିପାରିବେ ଏବଂ ଅନୁମତି ମିଳିବା ପରେ ଅନୁମତି ପତ୍ର ଦେଖାଇ ଆସିପାରିବେ । ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନଙ୍କୁ ଘରୁ ବାହାରକୁ ଯିବାପାଇଁ ବାରଣ କରାଯାଇଥିବା ବେଳେ କେବଳ ଜରୁରୀ ପରିସ୍ଥିତିରେ ସ୍ୱାସ୍ଥ୍ୟକେନ୍ଦ୍ର ଯିବାକୁ ଅନୁମତି ରହିଛି । କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ସପ୍ତାହର ଅନ୍ୟ ୫ ଦିନ ଦୋକାନଗୁଡିକ ପ୍ରତିଦିନ ସକାଳ ୭ଟାରୁ ଅପରାହ୍ନ ୧ଟା ଯାଏଁ ଖୋଲା ରହିବ । କିନ୍ତୁ ସପ୍ତାହନ୍ତ ଦୁଇଦିନିଆ ସଟଡାଉନରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କାରବାର ଏବଂ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ସଟଡାଉନ ଯୋଗୁଁ ଦାରିଙ୍ଗବାଡ଼ି ଥାନା ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ସିମନବାଡ଼ି ଅଞ୍ଚଳ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି । ଏହି ସଟଡାଉନକୁ ଜନସାଧାରଣ ମଧ୍ୟ ସମର୍ଥନ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

17 − six =