ରାସ୍ତାରେ ପାଚେରୀ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ ପୂରାତନ ରାସ୍ତାରେ ଓ ଟି ଡ଼ି ସି ତରଫରୁ ସତୁରୀ ଲକ୍ଷ ଟଙ୍କାରେ ନିର୍ମାଣ ହେଉଛି ପାଚେରୀ

0 171

ଦାରିଙ୍ଗବାଡ଼ି,୨୫/୯- କନ୍ଧମାଳ ଜିଲ୍ଲାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ୨୪ ଜାନୁଆରୀ ୨୦୦୩ ମସିହାରେ ଶୁଭାରମ୍ଭ ହୋଇଥିଲା ଟ୍ୟୁରିଷ୍ଟି କମ୍‌ପ୍ଲେକ୍ସ । ତେବେ ସେହି ସମୟରେ ଗ୍ରାମବାସୀଙ୍କ ସହ ବିଧାୟକ ସାଲୁଗା ପ୍ରଧାନ ଗ୍ରାମକୁ ଆସି ଗ୍ରାମରେ ଅଲୋଚନା କରି ଅଳ୍ପ ଜାଗାକୁ ଓ ଟି ଡ଼ି ସି ଟ୍ୟୁରିଷ୍ଟିକମ୍‌ପ୍ଲେକ୍ସ କମ୍‌ପେକ୍ସ କରିବା ପାଇଁ ଗ୍ରାମରେ ପ୍ରସ୍ତାବ ଦେଇଥିଲେ । ନିଷ୍ପତି ଅନୁସାରେ ସମସ୍ତ ଆଦିବାସୀ ମାନେ ରାଜିହୋଇଥିଲେ । ପରେ ନିର୍ମାଣ ହୋଇଥିଲା ଓଟିଡ଼ିସିର ଟ୍ୟୁରିଷ୍ଟି କମ୍‌ପ୍ଲେକ୍ସ ପାଚେରୀ ସହ ନିର୍ମାଣ ହୋଇଥିଲା କମ୍‌ପ୍ଲେକ୍ସ କମ୍‌ପେକ୍ସ ସେହି ସାମ୍ନାରେ କାହିଁ କେତେ ବର୍ଷ ପୂର୍ବରୁ ଆଦିବାସୀ ମାନେ ସେହି ରାସ୍ତା ଦେଇ ବଣ ପାହାଡ଼,ବିଲରେ ଚାଷ କରିବା ପାଇଁ ଯାଉଥିଲେ ସେହି ରାସ୍ତା ମୁଣ୍ଡରେ ଏକ ମଶାଣି ମଧ୍ୟ ରହିଛି ।ଯାହାରି ଫଳରେ ଚଲା ରାସ୍ତାକୁ ପରିବର୍ତନ କରି ପଞ୍ଚାୟତ ତରଫରୁ ମେଣ୍ଟାଲ ରାସ୍ତା ନିର୍ମାଣ କରାଯାଇଥିଲା ହେଲେ ଓ ଟି ଡ଼ି ସି ର ଟୁରିଷ୍ଟି କମ୍‌ପେକ୍ସ ମାତ୍ର ସାତ ବର୍ଷ ପରେ ଏହା ବନ୍ଦ ହୋଇଯାଇଥିଲା ବର୍ତନମାନ ୨୦୧୯/୨୦୨୦ ମସିହାରେ ଓ ଟି ଡ଼ି ସି ତରଫରୁ ସତୁରୀ ଲକ୍ଷ ଟଙ୍କା ବ୍ୟୟରେ ବାଉଣ୍ଡାରୀ ନିର୍ମାଣ କରିବାପାଇଁ ୯ଏକର ଜାଗାରେ ନିର୍ମାଣ କାଯ୍ୟର ଅନୁମତି ଦିଆଯାଇଥିବା ବେଳେ ସେହି ଜାଗା ର ମଝିରେ ସେହି ରାସ୍ତାଟି ରହିଛି ବର୍ତମାନ ଯେତେବେଳେ ବାଉଣ୍ଡାରୀ କାର୍ଯ୍ୟ ଆରମ୍ଭ ହୋଇଥିଲା ଏହାକୁ ଗ୍ରାମବାସୀ ବିରୋଧ କରିଥିଲେ ଏବଂ ଏକ ଲିଖିତ ଅଭିଯୋଗ ଦାରିଙ୍ଗବାଡ଼ି ତହସିଲଦାରଙ୍କୁ ସେପ୍‌ଟେମ୍ବର ୮ତାରିଖରେ ଜଣାଇଥିଲେ ହେଲେ କୌଣସି ବିଭାଗୀୟ ଅଧିକାରୀ ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇନଥିବା ବେଳେ ବାଧ୍ୟ ହୋଇ ଆଜି ସେହି ରାସ୍ତା ଉପରେ ନିର୍ଭର କରୁଥିବା ୭ଗୋଟିଗ୍ରାମବାସୀ ଯଥାସାରିଙ୍ଗିଇର୍ପି ,ସାମ୍ରିବାଡ଼ି,ବବାଡ଼ି,ରାପଡ଼ାବାଡ଼ି,ବଡ଼ିପଦର,ଶ୍ରୀର୍ପଙ୍କା, ରୁକନବାଡ଼ି ର ଅଦିବାସି ମହିଳା ଏବଂ ପୁରୁଷ ଏକତ୍ରିତ ହୋଇ ନିର୍ମାଣ ଚାଲିଥିବା ବାଉଣ୍ଡରୀ କାଯ୍ୟକୁ ନାଲି ପତାକା ମାରି ବିରୋଧ କରିବା ସହିତ କାଯ୍ୟକୁ ସଂମ୍ପୃର୍ଣ୍ଣ ବନ୍ଦ କରିଦେଇଛନ୍ତି ।ଯେଉଁ ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାର ସମାଧାନ ନ ହୋଇଛି ସେପର୍ଯ୍ୟନ୍ତ ବାଉଣ୍ଡାରୀ କାଯ୍ୟକୁ ବନ୍ଦ କରାଯିବ ବୋଲି କହିଛନ୍ତି ଗ୍ରାମର ଗ୍ରାମ୍ୟ କମିଟି ସଭାପତି କାର୍ଜି ପ୍ରଧାନ,ଉପ ସଭାପତି ନରେଶ ପ୍ରଧାନ,ପ୍ରଶାନ୍ତ ପ୍ରଧାନ,ଜସେପ ପ୍ରଧାନ,ମର୍ଶା ପ୍ରଧାନ,ରାଧାନାଥ ପ୍ରଧାନ,ପୁରେନ୍ଦ୍ର ପ୍ରଧାନ, ମଶା ପ୍ରଧାନ, ଅଭିମନ୍ୟୁ ପ୍ରଧାନ, କାର୍ତିକ ପ୍ରଧାନ,ଶଙ୍କର ପ୍ରଧାନ,ନିବୋଧ ପ୍ରଧାନ,ରାଜେନ୍ଦ୍ର ପ୍ରଧାନ,କାନେରା ପ୍ରଧାନ,ନିରଞ୍ଜନ ପ୍ରଧାନ,ଶ୍ରୀରାମ ପ୍ରଧାନ,ଶିଶିର ପ୍ରଧାନ,ପ୍ରତାପ ପ୍ରଧାନ,ସୁକଦେବ ପ୍ରଧାନ ପ୍ରମୁଖ ସାତ ଖଣ୍ଡ ଗ୍ରାମର ସମସ୍ତ ଆଦିବାସୀ ମାନେ ଏହାକୁ ବିରୋଧ କରିଛନ୍ତି ।ଏକ ଲିଖିତ ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲାପାଳ,ଉପଜିଲ୍ଲାପାଳ, ଦାରିଙ୍ଗବାଡ଼ି ବି ଡ଼ି ଓ ଏବଂ ଥାନା ଅଧିକାରୀଙ୍କୁ ରେଜେଷ୍ଟି ଚିଠି କରିଥିବା ଜଣାପଡ଼ିଛି । ତେବେ ଯଦି ସେହି ରାସ୍ତା ଉପରେ ବାଉଣ୍ଡାରୀ ନିର୍ମାଣ କରାଯିବ ତେବେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲ ।ଇବା ପାଇଁ ଚେତାବନୀ ଦେଇଛନ୍ତି । ଆଦିବାସୀଙ୍କ ପୃର୍ବପୁରୁଷରାସ୍ତାକୁ ନ ଛାଡିବା ପାଇଁ ଆଜି ସେହି ଜାଗାରେ ବିରୋଧ କରି ନାଲି ପତାକା ଉଡାଇଛନ୍ତି ଗ୍ରାମବାସୀ । ଠିକା ସଂସ୍ଥା ନେଇଥିବା କାମକୁ ବନ୍ଦ କରିଦେଇଛି ।

hiranchal ad1
Leave A Reply

Your email address will not be published.

thirteen − eight =