ଗଦଡ଼ିରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କଲେ ଚାଇଲଡ ଲାଇନ

0 183

ଦାରିଙ୍ଗବାଡ଼ି,୩/୭: ଗଦଡ଼ି ଗ୍ରାମ ନିକଟ ନଦୀକୂଳରୁ ଏକ ନବଜାତକ ଶିଶୁ କନ୍ୟାକୁ ଉଦ୍ଧାର କରି ଏକ ଆଦିବାସୀ ଦମ୍ପତି ଲାଳନ ପାଳନ କରୁଛନ୍ତି ଏନେଇ ପ୍ରଥମେ ହୀରାଞ୍ଚଳରେ ଖବର ପ୍ରକାଶ ପରେ ଘଟଣାରେ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଖବର ପ୍ରକାଶ ପରେ କନ୍ଧମାଳ ଜିଲ୍ଲା ଡିସିପିଓ ରଶ୍ମିତା କରନଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ସଦସ୍ୟ ମାନେ ଆଦିବାସୀ ଦମ୍ପତିଙ୍କ ନିକଟରେ ପହଞ୍ଚି ସେମାନଙ୍କ ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସେମାନଙ୍କୁ ଦାରିଙ୍ଗବାଡ଼ି ଥାନାକୁ ନେଇ ସମସ୍ତ ଘଟଣା ବାବଦରେ ବୁଝି ଶିଶୁ କନ୍ୟାଟିକୁ ସରକାରୀ ନିୟମ ପ୍ରକାରେ ସେମାନେ ରଖି ପାରିବେ ନାହିଁ ସରକାରୀ ନିୟମ ମୁତାବକ ସେହି ଶିଶୁଟିକୁ ଚାଇଲଡ ଲାଇନ ର ହେପାଜତରେ ରଖାଯିବ ବୋଲି କୁହାଯାଇଥିଲା । ଏହାପରେ ଚାଇଲଡ ଲାଇନ ଶିଶୁ କନ୍ୟାଟିକୁ ନିଜ ହେପାଜତ କୁ ନେଇ ବାଲିଗୁଡା ବନବାସୀ ଠାରେ ଥିବା ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ଥଇଥାନ କରିଛନ୍ତି । ଅନ୍ୟପକ୍ଷରେ ଶିଶୁ କନ୍ୟାଟିକୁ ଚାଇଲଡ ଲାଇନ ନେବାପରେ ଏହି ଘଟଣା ରୋଚକ ମୋଡ ନେଇଛି । ନଦୀ କୂଳରୁ ଉଦ୍ଧାର କରି ପାଳିତ ପିତାମାତା ହୋଇଥିବା ୫ସନ୍ତାନ ଥିବା ଦମ୍ପତି ଶିଶୁକନ୍ୟାଟିକୁ ପାଶୋରି ପାରୁନଥିବା କହି ପୁଣି ଶିଶୁ କନ୍ୟାଟିକୁ ସେମାନଙ୍କୁ ଦିଆଯାଉ ବୋଲି କହି ବୁଲୁଛନ୍ତି କେବଳ ସେତିକି ନୁହେଁ ଲାଳନପାଳନ କରୁଥିବା ଦମ୍ପତି ପାଳନ କରୁଥିବା ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ଯୁବତୀଙ୍କୁ ଜାଣିଥିବା କହୁଥିବା ବେଳେ ନଦୀ କୂଳରୁ ଶିଶୁ କନ୍ୟାକୁ ଉଦ୍ଧାର କରିବା ନେଇ ଦେଇଥିବା ବୟାନକୁ ବଦଳାଉଛନ୍ତି । ଏବଂ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ଯୁବତୀଙ୍କ ସହିତ ଜିଲ୍ଲାପାଳଙ୍କୁ ଭେଟି ଶିଶୁ କନ୍ୟାଟିକୁ ଫେରାଇବା ପାଇଁ ନିବେଦନ କରିବେ ବୋଲି କହିଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଏହି ଘଟଣାର ତଦନ୍ତ କଲେ ବହୁତ ରହସ୍ୟ ଉନ୍ମୋଚନ ହେବ ।

hiranchal ad1
Leave A Reply

Your email address will not be published.

18 + twenty =