ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ଦାରିଙ୍ଗବାଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିଜେପିର ପ୍ରତିବାଦ

0 170

ଦାରିଙ୍ଗବାଡି,୨୦/୭: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ଓ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ବିରୋଧରେ ବିଜେପି ରାଜ୍ୟବ୍ୟାପୀ ବିରୋଧ ଆରମ୍ଭ କରିଛି । ଦଳ ତରଫରୁବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ସର୍କଲ ଅଫିସ ପର୍ଯ୍ୟନ୍ତ ସମସ୍ତ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରାଯାଉଛି । ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକ ବିଜେପି ତରଫରୁ ଅହେତୁକ ବିଜୁଳି ଶୁଳ୍କ ବୃଦ୍ଧି ଏବଂ ଅଘୋଷିତ ବିଜୁଳି କାଟ୍‌ ଏବଂ ଅଞ୍ଚଳରେ ଲୋ-ଭୋଲଟେଜ୍‌ ପ୍ରତିବାଦ କରି ବିଜେପି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଦାରିଙ୍ଗବାଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଓ ଦାରିଙ୍ଗବାଡି ବିଦ୍ୟୁତ ବିଭାଗ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ବ୍ଲକ ସଭାପତି ଶ୍ରୀ ସାହୁ ଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିର ପରିସରରୁ ଚାରିଛକ ଦେଇ ଏକ ଶୋଭାଯାତ୍ରା କରି ଦାରିଙ୍ଗବାଡି ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ସ୍ଲୋଗାନଦେଇ ଦାରିଙ୍ଗବାଡି ବିଜେପି କର୍ମୀମାନେ ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ ,ମିଟୁ ସାହୁ ,ବାସନ୍ତୀ ମିଶ୍ର,ବିଶ୍ୱ ରଞ୍ଜନ ସାହୁ ,ଜୟଚନ୍ଦ୍ର ପଡ୍ରା ,ଜିତେନ କୁମାର ପଡ୍ରା ଙ୍କ ସମେତ ବହୁ କର୍ମୀମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

eleven − two =