ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ପ୍ରତିବାଦରେ ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ

0 139

ଦାରିଙ୍ଗବାଡ଼ି ୧୧/୬- ଦେଶରେ ବଢ଼ି ଚାଲିଥିବା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦ ରେ ଆଜି ଜାତୀୟ କଂଗ୍ରେସ ତରଫରୁ ସାରା ରାଜ୍ୟ ରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯାଇଛି । ପେଟ୍ରୋଲ ଡିଜେଲ ଦରବୃଦ୍ଧି ଯୋଗୁଁ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଫଳରେ ଏହି ପ୍ରତିବାଦର ପ୍ରଭାବ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନରେ ଦାରିଙ୍ଗବାଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକରେ ଥିବା ଦୁଇଟି ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସ ଦଳ ପକ୍ଷରୁ ସକାଳ ୭ ଟା ରୁ ୧୧ ଟା ପର୍ଯ୍ୟନ୍ତ ସାଙ୍କେତିକ ଭାବେ ଧାରଣ ଓ ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଇଛି । ବ୍ଲକ ଅଧ୍ୟକ୍ଷା ରୁଦ୍ଦା ମଲିକଙ୍କ ନେତୃତ୍ୱରେ ଦୁଇଟିଯାକ ପେଟ୍ରୋଲ ଟାଙ୍କି ଆଗରେ ଧାରଣା ଦେଇଥିବା ବେଳେ ବ୍ଲକ ସଭାପତି ପ୍ରଦିପ ନାୟକ ମଧ୍ୟ ଏହାର ନେତୃତ୍ୱ ନେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ କର୍ମୀ ସୁରେନ୍ଦ୍ର ସାହୁ, ବ୍ଲକ କଂଗ୍ରେସ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସଂଧ୍ୟାରଣୀ ପ୍ରଧାନ,କାଳାମଣି ପାତ୍ର ଜିଲ୍ଲା କଂଗ୍ରେସ ସେକ୍ରେଟାରୀ, ବିଦ୍ୟାଧର ମଲ୍ଲିକ, ରାଜନ ପ୍ରଧାନ, ଅମୂଲ୍ୟ ନାୟକ, ଜର୍ଣ୍ଣାଲ ନାୟକ,ବକ ନାୟକ, ଶିଶିର ସୁନାମାଝୀ , ଶରତ ଚନ୍ଦ୍ର ପ୍ରଧାନ, ଚିତୁନ ନାୟକ ପ୍ରମୁଖ ଯୋଗଦେଇଥିଲେ । ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ୨୫.୭୨ ଓ ଡିଜେଲ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟୁଛନ୍ତି ବୋଲି କଂଗ୍ରେସ ବ୍ଲକ ଅଧ୍ୟକ୍ଷା ରୁଦା ମଲ୍ଲିକ ଅଭିଯୋଗ କରିଛନ୍ତି । ତୁରନ୍ତ ତୈଳଜାତ ଦ୍ରବ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବା ଦାବିରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶରେ ଆଜି ବ୍ଲକର ସମସ୍ତ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଧାରଣା ଓ ବିକ୍ଷୋଭ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

seventeen − 12 =