ଦାରିଙ୍ଗବାଡି,୨୪/୭- କନ୍ଧମାଳ ଜିଲ୍ଲା ଓବିସି ମୋର୍ଚ୍ଚାର ଜିଲ୍ଲା କମିଟି ଆଜି ଘୋଷଣା କରାଯାଇଛି । ରାଜ୍ୟର ବିଜେପି ନେତା ତଥା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ସହିତ ଭର୍ଚୁଆଲ ବୈଠକରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଏବଂ ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ଅନୁମୋଦନ ପ୍ରକାରେ କନ୍ଧମାଳ ଜିଲ୍ଲା ଓବିସି ମୋର୍ଚ୍ଚାର ନୂତନ କମିଟି କର୍ମକର୍ତ୍ତାମାନଙ୍କ ନାମ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁ ଘୋଷଣା କରିଛନ୍ତି । ହୋଇଥିବା ଘୋଷଣା ଅନୁସାରେ ଜିଲ୍ଲା ଉପସଭାପତି ଭାବେ ପ୍ରକାଶ ଚନ୍ଦ୍ର ସାହୁ(ବାରଖମା),ସନ୍ତୋଷ ମୁନି (ଜି-ଉଦୟଗିରି ଏନଏ ସି)ଚିତ୍ରସେନ ପାତ୍ର(ବ୍ରାହ୍ମଣୀଗାଁ)ସୁଷମା ସାହୁ (ଖଜୁରୀପଡ଼ା) ମନୋନୀତ ହୋଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ କୃଷ୍ଣଚନ୍ଦ୍ର ସେନାପତି(ଫୁଲବାଣୀ ବିଜ୍ଞାପିତ ଅଞ୍ଚଳ) ଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ଦେବେନ୍ଦ୍ର ଦଳବେହେରା(ମଣ୍ଡାସରୁ)ସାଇରାମ ବେହେରା(ଟିକାବାଲି),ଗୌରାଙ୍ଗ ବିଷୋୟୀ (କ.ନୂଆଗାଁ),ଚତୁର୍ଭୁଜ ମହାଙ୍କୁଡ (ଫୁଲବାଣୀ ଗ୍ରାମୀଣ)ବିରେନ୍ଦ୍ର ପ୍ରଧାନ(ଫିରିଙ୍ଗିଆ),ସୌଦାମିନୀ ସାହୁ(ଦାରିଙ୍ଗବାଡି) ମନୋନୀତ ହୋଇଛନ୍ତି । ସେହିଭଳି କମିଟିରେ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୌରଭ କୁମାର ପ୍ରଧାନ,ଚିତ୍ତରଞ୍ଜନ ଦଳଛତ୍ର, ହୃଷୀକେଶ କୁଟିୟା,ଗଣେଶ ଚନ୍ଦ୍ର ପୃଷ୍ଟି ,ଲଡ଼ୁ କିଶୋର ବାରିକ, ମନୋଜ ସାହୁ, ପ୍ରତିଶ ଦେହୁରୀ, ସୁକାନ୍ତ ବେହେରା, ଆଲୋକ କୁମାର ସାହୁ, ଚକ୍ରପାଣି ସାହୁ, ସୁରେଶ ବିଶ୍ୱାଳ, ବିଶମ୍ବର ମହାରଣା,ନିଗମାନନ୍ଦ ପୂଜାରୀ,ନକୁଳ ଭଟ୍ଟ,ବିଜୟ ବେହେରା ଦଳେଇ, ସୁବାସ ଚନ୍ଦ୍ର ବେହେରା ଓ ଅଶୋକ କୁମାର ଚୌଧୁରୀ ମନୋନୀତ ହୋଇଥିବା ଜଣାପଡ଼ିଛି । ଆଜି ଅନୁଷ୍ଠିତ ଏହି ଭର୍ଚୁଆଲ ବୈଠକରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ ଏବଂ ସଦସ୍ୟ ଦେବନାରାୟଣ ପ୍ରଧାନ, ଜିଲ୍ଲା ଉପସଭାପତି ବନ ମହାନ୍ତି ଓ ଅଜିତ ପଟନାୟକ ଉପସ୍ଥିତ ରହିଥିଲେ ।