ଦାରିଙ୍ଗବାଡିକୁ ୪ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ

0 100

ଦାରିଙ୍ଗବାଡି,୨୪/୫- ଦାରିଙ୍ଗବାଡି ବ୍ଲକର ଗ୍ରୀନବାଡି ସରକାରୀ ଉଚ୍ଚ଼ ବିଦ୍ୟାଳୟର କୋଭିଡ଼ କେୟାର ସେଣ୍ଟର ଓ ଡବେରୀ ସେବାଶ୍ରମ ଓ ଡାକ୍ତର ଭୀମରାଓ ଆମ୍ବେଦକର ଜାତୀୟ ଉଚ୍ଚ ବିଦ୍ୟାଳୟର ଦୁଇଗୋଟି ଟିଏମସି ସେଣ୍ଟରକୁ ମୁକୁଲ ମାଧବ ଫାଉଣ୍ଡେସନ ନଲେକ୍ସ ଓ ଆକ୍ସନଏଡ଼ ଅନୁଷ୍ଠାନ ପକ୍ଷରୁ ୪ ଟି ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରାଯାଇଛି । ଏହି ୪ ଟି ଅକ୍ସିଜେନ କନସେନଟ୍ରେଟର ଗୁଡିକୁ ଯୋଗାଇ ଦେବା ନିମନ୍ତେ ଦାରିଙ୍ଗବାଡିର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜାଗୃତି ଅନୁରୋଧକ୍ରମେ ଏହା ପ୍ରଦାନ କରାଯାଇଥିଲା । ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ଉପଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଦାରିଙ୍ଗବାଡି ମେଡିକାଲ ଇନଚାର୍ଜ ଜାକେଶ ସାମନ୍ତରାୟ, ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଡ଼ିଓ ଅଭିମନ୍ୟୁ ବେହେରା, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ଥିଲେ । ଏହା ବର୍ତ୍ତର୍ମାନ ସମୟରେ ବହୁତ ଆବଶ୍ୟକତା ରହିଥିବାବେଳେ ଦାରିଙ୍ଗବାଡି ଭଳି ଆଭ୍ୟନ୍ତରୀଣ ଅଂଚଳର କୋଭିଡ଼ ରୋଗୀଙ୍କ ପାଇଁ ଅକ୍ସିଜେନ ଆବଶ୍ୟକତା ପୂରଣ କରିବ ବୋଲି ବିଧାୟକ ମତପ୍ରକାଶ କରିବା ସହ ଅକ୍ସିଜେନ କନସେନଟ୍ରେଟର ପ୍ରଦାନ କରିଥିବା ସଂସ୍ଥାକୁ ସାଧୁବାଦ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

twenty + three =