ଦାରିଙ୍ଗବାଡିରେ ଧାର୍ଯ୍ୟ ସମୟ ପରେ ଦୋକାନ ଖୋଲା, ଦୋକାନକୁ ସିଲକଲା ପ୍ରଶାସନ

0 303

ଦାରିଙ୍ଗବାଡି ,୧୬/୭- ଆଜି ଅପରାହ୍ନ ସମୟରେ କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡ଼ି ବଜାରରେ ଗୋଟିଏ ହୋଲସେଲ କିରାନା ଦୋକାନକୁ ପ୍ରଶାସନ ସିଲ କରିଛି । ଦୋକାନ ମାଲିକ ଜଣକ ସମାଜିକ ଦୂରତା କଟକଣାକୁ ମାନୁନଥିବାବେଳେ ଜିଲ୍ଲା ପ୍ରଶାସନ ତରଫରୁ ଧାର୍ଯ୍ୟ ହୋଇଥିବା ସମୟସୀମା ପରେ ମଧ୍ୟ ଦୋକାନ ଖୋଲା ରଖୁଥିଲେ । ଯାହାକି କୋଭିଡ ନିୟମକୁ ସଂପୂର୍ଣ୍ଣ ଉଲଂଘନ କରୁଛି । ଏନେଇ ଦୋକାନୀ ମାଲିକଙ୍କୁ ପୂର୍ବରୁ ତାଗିଦ କରାଯାଇଥିବା ସତ୍ତେ୍ୱ ମାଲିକ ଜଣକ ତାହାକୁ ମାନୁନଥିଲେ । ଜିଲ୍ଲାପାଳଙ୍କ ର୍ନିେଶ ମୁତାବକ ଜିଲ୍ଲାରେ ସକାଳ ୭ଟା ଠାରୁ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ସମୟ ନିର୍ଘଣ୍ଟ ହୋଇଛି । କିନ୍ତୁ ଆଜି ଅପରାହ୍ନ ସମୟରେ ପୁଲିସ ବଜାରରେ ପ୍ୟାଟ୍ରୋଲିଂ କରୁଥିବାବେଳେ ଅପରାହ୍ନ ୨ଟା ପରେ ମଧ୍ୟ ଦାରିଙ୍ଗବାଡି ବ୍ଲକ ରୋଡରେ ଥିବା ଦୂର୍ଗା ସୁବୁଦ୍ଧିଙ୍କର ହୋଲସେଲ ଦୋକାନ ଖୋଲା ରହିଥିଲା ଏଥିଯୋଗୁଁ ପ୍ରଶାସନ ତରଫରୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଦୋକାନକୁ ସିଲ କରଯାଇଛି । ଏହା ଜଣାପଡିବା ପରେ ଲୁଚାଛପାରେ ଧାର୍ଯ୍ୟ ସମୟ ପରେ ମଧ୍ୟ ଦୋକାନ ଖୋଲୁଥିବା ଦୋକାନ ମାଲିକମାନେ ଛାନିଆ ହୋଇ ପଡିଛନ୍ତି । ଦାରିଙ୍ଗବାଡି ତହସିଲଦାର ନୀତିଶ କୁମାର ତ୍ରିପାଠୀ ,ଥାନା ଅଧିକାରୀ କୌଶିକ ମାଝୀ ରାଜସ୍ୱ ନିରିକ୍ଷକ କେଦାର ପ୍ରସାଦ ସାହୁ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ସମେତ ପୁଲିସ ଓ ତହସିଲ କର୍ମଚାରୀମାନେ ସାମିଲ ହୋଇଥିଲେ । ଆଗାମୀ ଦିନରେ ଧାର୍ଯ୍ୟ ସମୟ ପରେ ଦୋକାନ ଖୋଲିଲେ କିମ୍ବା ସାମାଜିକ ଦୂରତା ନିୟମକୁ ପାଳନ ନକଲେ ଦୋକାନ ଗୁଡିକୁ ସିଲ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

twenty − eighteen =