ଶିଶୁଙ୍କ ଖାଦ୍ୟରେ ବି ଘୋଟାଲା, ଫିମ୍ପିମରା ବାଦାମଲଡୁ ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ

0 307

ଦଶପଲ୍ଲା,୩/୭:- ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ଜାରିରହିଥିବାବେଳେ , ଦଶପଲ୍ଲା ବ୍ଲକରେ , ମହାମାରୀ କରୋନାକୁ ନେଇ ସରକାର ଲୋକମାନଙ୍କୁ ସଚେତନ କରିବା ସହ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି । ବିଶେଷ ଭାବେ ଛୋଟ ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ପ୍ରଚାର ପ୍ରସାର କରି ଚାଲିଥିବା ବେଳେ ଦଶପଲ୍ଲା ଆଇସିଡିଏସ ଅଧିନରେ ଥିବା ଅଙ୍ଗନୱାଡି ଶିଶୁମାନଙ୍କୁ ଫିମ୍ପିମରା ବାଦାଲ ଲଡୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଦଶପଲ୍ଲା ଏନଏସିର ୧୦ ନଂ ୱାର୍ଡରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଏଭଳି ହୋଇଥିବା ଅଭିଯୋଗ ଆସିଛି । ଏହି କେନ୍ଦ୍ରରେ ଗତ ୩୦ ତାରିଖ ଦିନ ଅଙ୍ଗନବାଡ଼ି କେନ୍ଦ୍ର ରେ ପଢୁଥିବା ଶିଶୁ ମାନଙ୍କ ଘର ଘର ବୁଲି ବାଦାମ ଖଜା ବାଣ୍ଟିଥିଲେ । ସେହି ୱାର୍ଡର ପୋଖରୀ ସାହିରେ ଥିବା କାହ୍ନୁ ଚରଣ ବେହେରା ଏବଂ କୃଷ୍ଣ ଦୋରାଙ୍କ ପୁତୁରାକୁ ଏହି ବାଦାମ ଖଜା ଜରି ପ୍ୟାକେଟ ଦିଆଯାଇଥିଲା ।

hiring

ମାତ୍ର ଏହି ବାଦାମ ଖଜା ଖାଇ କାହ୍ନୁ ଙ୍କ ଝିଅ ଅସୁସ୍ଥ ହୋଇ ପଡିଥିବା ବେଳେ ବାଦାମ ଖଜାରେ, ଫିମ୍ଫି ମାରିଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶୁକ୍ରବାର ଦିନ ହରିଡାବାରୀ ଗ୍ରାମର କିଛି ଯୁବକ ଏହି ଫିମ୍ପିମରା ବାଦାମ ଖଜାକୁ ଧରି ସି ଡି ପି ଓଙ୍କୁ ଦେଖାଇବା ପାଈଁ ଆସିଥିବା ବେଳେ ସି ଡି ପି ଓ ଅଫିସକୁ ଆସିନଥିଲେ । ଫଳରେ ଯୁବକ ମାନେ ନିରାଶ ହୋଇ ଘରକୁ ଫେରିଥିବା ବେଳେ ଏ ଘଟଣା ବିଧିବଦ୍ଧ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

three × three =