ଗଣିଆବ୍ଲକ ପ୍ରଥମଥର ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା

0 164

ଦଶପଲ୍ଲା,୧୯/୫- କରୋନା ମହାମାରୀର ଦ୍ୱିତୀୟ ଲହରୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ବଢ଼ିବାରେ ଲାଗିଛି । କରୋନାରେ କିଛି ରୋଗୀ ମୃତ୍ୟୁବରଣ କରିଛନ୍ତି । ସହରାଞ୍ଚଳରେ ଲୋକେ ସରକାରୀ ନିୟମକୁ ମାନୁଥିବା ବେଳେ ଗ୍ରାମାଞ୍ଚଳରେ ମାନୁନଥିବାର ବିଶେଷ ସୂତ୍ରରୁ ଜଣାପଡୁଛି । ଏହିଭଳି ପରିସ୍ଥିତିକୁ ନଜରରେ ରଖି ସତର୍କତା ଅବଲମ୍ବନ କରିବାପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି । ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକରେ କୋଭିଡ-୧୯ କୁ ନେଇ ବ୍ଲକ ପ୍ରଶାସନ , ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ଜନ ସଚେତନତା ଅଭିଯାନ କରାଯାଇଛି । ତଥାପି ଅମାନିଆ ମାନଙ୍କ ପାଇଁ କୋଭିଡ ସଂକ୍ରମଣ ଦିନକୁଦିନ ବଢ଼ି ଚାଲିବା ଯୋଗୁଁ ପ୍ରଶାସନର ଚିନ୍ତା ବଢିଯାଇଛି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାସହ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଅଙ୍ଗନୱାଡି, ଆଶାକର୍ମୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଘର ଘର ସର୍ଭେ ଚାଲିବା ସତ୍ତେ୍ୱ ସଂକ୍ରମଣ ବଢିବା, ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଗଣିଆ ବ୍ଲକରେ ଦୈନିକ ଆରପିଟିସିଆର ଓ ଆଂଟିଜେନ କୋଭିଡ ପରୀକ୍ଷା ଜାରିରହିଛି । ଏହିକ୍ରମରେ ୧୫ ତାରିଖ ଶନିବାର ଓ ଗତକାଲି ରାସଙ୍ଗ ପଞ୍ଚାୟତର କାଦୁଆ ଗ୍ରାମରେ କରାଯାଇଥିବା ଆଂଟିଜେନ ଟେଷ୍ଟରେ ୮ଜଣ କୋଭିଡ ପଜିଟିଭ ବାହାରିବା ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଗତ ୧୭ ତାରିଖ ରବିବାର ଆଣ୍ଟିଜେନ ଟେଷ୍ଟରେ ପୁଣି କାଦୁଆ ଗ୍ରାମରେ ୧୩ ଜଣ ପଜିଟିଭ ବାହାରିଥିବା ଗଣିଆ ଗୋଷ୍ଠୀସ୍ୱାସ୍ଥ୍‌୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାଶ ସୂଚନା ଦେଇଥିବା ବେଳେ ଆଜିପର୍ଯ୍ୟନ୍ତ ୧୧୧ଜଣ ଚିହ୍ନଟ ହୋଇଛନ୍ତି । ତେବେ ଗଣିଆ ତହସିଲଦାର ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଆଜି ଗଣିଆ ଅତିରିକ୍ତ ତହସିଲଦାର ବନମାଳୀ ପରିଡା ,ଗଣିଆ ଥାନାର ଏଏସଆଇ କବିରାଜ ବେହେରାଙ୍କ ସମେତ ପୋଲିସ କର୍ମଚାରୀ କାଦୁଆଗ୍ରାମକୁ ମେ ୧୯ତାରିଖରୁ ମେ ୨୨ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଜିଲ୍ଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହି ଗାଁ ରୁ ବାହାରକୁ କେହି ଯିବେ ନାହିଁ କି ବାହାରୁ ଏହି ଗାଁକୁ କେହି ଆସିବାକୁ ବାରଣ କରାଯାଇଛି । ଲୋକଙ୍କୁ ରାସନ ଯୋଗାଣ ଦାୟିତ୍ୱ ମାର୍କେଟ ଇନିସପେକ୍ଟରଙ୍କୁ ଦିଆଯାଇଥିବା ବେଳେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ ପାଇଁ ଅତିରିକ୍ତ ତହସିଲଦାର ଶ୍ରୀ ପରିଡା ଉକ୍ତ ସ୍ଥାନରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହିତ ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା , ହାତ ଧୋଇବା, ସାନି ଟାଇଜର କରିବା ଓ କୋଭିଡ ନିୟମ କୁ କଡାକଡ଼ି ପାଳନ କରିବା ପାଇଁ ଲୋକମାନଙ୍କୁ ସଚେତନ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × one =