ଦୁର୍ଦ୍ଦିିନରେ ଦଶପଲ୍ଲା ବ୍ଲକର ପରିବା ଚାଷୀ

0 71

ଦଶପଲ୍ଲା,୨୨/୬- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ହଜାର ହଜାର ଏକର ପଦର ଜମିରେ ଚାଷୀମାନେ ବର୍ଷା ଋତୁରେ ପରିବା ଚାଷ କରିଥାନ୍ତି । ପ୍ରତିଦିନ ଶହଶହ ଟ୍ରକ ପରିବା ପୁରୀ, କଟକ , ଭୁବନେଶ୍ୱର, ଖୋର୍ଦ୍ଧା, ବାଲୁଗାଁ ଭଳି ସହରକୁ ରପ୍ତାନୀ ହୋଇଥାଏ । ଏହି ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ଚାଷୀ ଗରିବ, ଭୂମିହୀନ ଓ ଆଦିବାସୀ, ହରିଜନ ସଂପ୍ରଦାୟର ଅଟନ୍ତି । ଏହି ପନିପରିବା ଚାଷକରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ଅଧିକାଂଶ ଚାଷୀଙ୍କର ନିଜସ୍ୱ ପଟ୍ଟାଜମି ନଥିବାରୁ ଏମାନେ ସରକାରୀ ଜମି, ଜଙ୍ଗଲ କିସମ ଜମି କିମ୍ବା ସ୍ଥାନୀୟ ଜମିଦାରଙ୍କ ଠାରୁ କରସୁତ୍ରରେ ଜମିନେଇ ପରିବା ଚାଷ କରିଥାନ୍ତି । ଦୁଃଖ ଓ ପରିତାପର ବିଷୟ କୃଷି ବିଭାଗ ତରଫରୁ ଏମାନଙ୍କୁ କୌଣସି ସାହାଯ୍ୟ, ସହଯୋଗ ମଧ୍ୟ ମିଳିନଥାଏ । ନା ମିଳିଥାଏ ଉନ୍ନତ କିସମର ମଞ୍ଜି ନା ମିଳିଥାଏ ଜୈବିକ ଓ ରାସାୟନିକ ସାର ଔଷଧ । ତେଣୁ ଏହି ଚାଷୀମାନେ ବାଧ୍ୟହୋଇ ଗାଁ ସାହୁକାର ଠାରୁ ଉଚ୍ଚ ସୁଧରେ ଋଣଆଣି ପରିବା ଚାଷ କରିଥାନ୍ତି । ଏ ସମ୍ପର୍କରେ କୃଷି ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିବାପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି କିଛି ଅଗ୍ରଣୀ ପରିବା ଚାଷୀ ।

hiranchal ad1
Leave A Reply

Your email address will not be published.

nineteen + nineteen =