ଦଶପଲ୍ଲା: ରାସ୍ତା ଅବସ୍ଥା ସୁଧୁରିବ କେବେ ?

0 281

ଦଶପଲ୍ଲା,୧୩/୭ : – ରାସ୍ତା ପାଇଁ ହିନସ୍ତା ହେଉଛନ୍ତି ୫଼ ଗୋଟି ଗ୍ରାମର,୧୨୦୦ ଜନସାଧାରଣ । ଖାଲଖମାରେ ପରିପୂର୍ଣ୍ଣ ରାସ୍ତାଉପରେ ଟିକିଏ ବର୍ଷା ହେଲେ ଜମିରହୁଛି ଆଣ୍ଠୁଏ ପାଣି । ନା ଯାଇପାରୁଛି ୧୦୮ ଆମ୍ବୁଲାନ୍ସ , ନା ଯାଇପାରୁଛି ଅଟୋ । ସାଧାରଣ ଜୀବନଯାତ୍ରା ହେଉଛି ବ୍ୟାହାତ । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଗୁହାରି କଲେମଧ୍ୟ , ଅଦ୍ୟାବଧି କୈଣସି ଠୋସ୍‌ ପଦକ୍ଷେପ ନେଇନାହିଁ ସ୍ଥାନୀୟ ପ୍ରଶାସନ । ପ୍ରାପ୍ତ ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌, ଟାକରା ଗ୍ରାମପଂଚାୟତ ଅନ୍ତର୍ଗତ ବୁରୁସାହି, ଗୁଡିଆସାହି, ମିଟୁକୁଳି, ଚଣ୍ଡିବସ୍ତ ଓ ତିଳାବାଡି ଗ୍ରାମକୁ ସଂଯୋଗ କରୁଥିବା ଏହି ୪ କିମି ରାସ୍ତାଟି ସ୍ୱାଧିନତାର ୭୦ ବର୍ଷପରେ ମଧ୍ୟ ଯଥାପୂର୍ବଂ ତଥାପରଂ ଅବସ୍ଥାରେ ରହିଛି ।

hiring

ଖାଲଖମାରେ ପରିପୂର୍ଣ୍ଣ ଏହି ରାସ୍ତାରେ , ସାମାନ୍ୟ ବର୍ଷାରେ ମଧ୍ୟ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିରହିବା ଯୋଗୁଁ ,ଏହି ରାସ୍ତା ଉପରେ ନିର୍ଭର କରୁଥିବା ୫ ଗୋଟି ଗ୍ରାମର ଆଦିବାସୀ, ହରିଜନ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଖୁବଶୀଘ୍ର ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ନକଲେ ଗ୍ରାମବାସୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × two =