ଡିଆଇଜି ସତ୍ୟବ୍ରତ ଭୋଇଙ୍କ ସମୀକ୍ଷା ବୈଠକ

0 531

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗସ୍ତରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଆସି ଆନ୍ଧ୍ର-ଓଡିଶା ସୀମାନ୍ତଗୁଡିକ ବୁଲି ଦେଖିବାସହ ଏକ ସମୀକ୍ଷା ବୈଠକ ଏସପିଙ୍କ କାର୍ଯ୍ୟାଳୟରେ କରିଥିଲେ । ପାରଳାଖେମୁଣ୍ଡିକୁ ଲାଗିରହିଥିବା ପଡୋଶୀ ଆନ୍ଧ୍ରପ୍ରଦେଶର ପାତପାଟନମ ମଣ୍ଡଳରେ ୪ଗୋଟି କରୋନା ପଜିଟିଭ ମାମଲା ଆସିବାପରେ ବିଭିନ୍ନ ସୀମାରେ ପୋଲିସ ମୁତୟନ ଓ ଗଳାବାଟ ଗୁଡିକ ସିଲ୍ ପ୍ରକ୍ରିୟା ବିଷୟରେ ଜିଲ୍ଲାପାଳ ଅନୁପମ ଶାହାଓ ଏସପି ଶାରା ଶର୍ମାଙ୍କ ସହ ଆଲୋଚନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି ରହିଥିବା ଯୋଗୁଁ ନିୟମକୁ କିପରି କଡାକଡି ଲାଗୁକରାଯିବାସହ ପରିଚାଳନା କରାଯାଉଛି ସେ ବିଷୟରେ ମଧ୍ୟ ଶ୍ରୀ ଭୋଇ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ହୋଇଥିବା ବ୍ୟବସ୍ଥା ଗୁଡିକ ସମୀକ୍ଷା କରିବାପରେ ସେ ସନ୍ତୋଷ ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

1 × three =