ଭୁବନେଶ୍ୱର :ଗୁଜୁରାଟର ସୁରତ ସହରରୁ ପଚାଶରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଧରି ଗଂଜାମ ଆସୁଥିବା ବସ କଳିଙ୍ଗ ଘାଟିରେ ଦୁର୍ଘଟଣା ଗ୍ରସ୍ତ ହେଇଛି I ଏଥିରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଗୁରୁତର ହେଇ ହୋଇଛନ୍ତି I ଅନ୍ୟ ମାନଙ୍କୁ ନିରାପଦରେ ଦୁର୍ଘଟଣା ସ୍ଥଳରୁ ଅଣା ଯାଇଛି I ଘଟଣା ସ୍ଥଳରେ ପୁଲିସ ଅଗ୍ନିଶମ ପହଞ୍ଚି ଉଦ୍ଧରକାର୍ଯ୍ୟ ଶେଷ କରିଛି I ଶେଷ ଖବର ଅନୁଯାୟୀ ପ୍ରବାସୀମାନଙ୍କୁ ଅନ୍ୟ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ଅଣା ଯାଉଛି I
