ସମ୍ବଲପୁର :ସମ୍ବଲପୁର ଜ଼ିଲ୍ଲା ବିଜେଡି କାର୍ଯ୍ୟାଳୟରେ କୋଭିଡ କଟକଣାକୁ ମାନି ନିରାଡମ୍ବର ଭାବରେ ପାଳନ ହୋଇଛି ୭୪ ତମ ସ୍ୱାଧୀନତା ଦିବସ । ଏହି ଅବସରରେ ସ୍ଥାନୀୟ କାଇଁଶିର ରୋଡ଼ ସ୍ଥିତ ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟ ରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସକାଳ ୯ ଟା ସମୟରେ ଏଠାରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଦେଶ ହିତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ଶ୍ରୀ ଆଚାର୍ଯ୍ୟ । ଏହା ସହିତ ସେ ବିଜେଡି ଜ଼ିଲ୍ଲା କାର୍ଯ୍ୟାଳୟ ରେ “ଓଡିଶା ମୋ ପରିବାର ଜୀବନ ବିନ୍ଦୁ\” ଆନୁକୂଲ୍ୟରେ ରେ ଅନୁଷ୍ଠିତ ସପ୍ତାହବ୍ୟାପୀ ରକ୍ତଦାନ ଶିବିରର ସପ୍ତମ ଦିନର ଏହି ଶିବିରର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ ୫୧ ୟୁନିଟ ରକ୍ତ ସଂଗ୍ରହିତ ହୋଇଥିଲା । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ସହିତ ବିଜେଡି ରାଜ୍ୟ ପର୍ଯ୍ୟବେକ୍ଷକ ନଳିନୀ କାନ୍ତ ପ୍ରଧାନ, ପୂର୍ବତନ ନଗରପାଳ ଆନନ୍ଦ ଜେନା, ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ଶାହା,ବରିଷ୍ଠ ବିଜେଡି ନେତା ରାଜକିଶୋର ଦାସ, ଦେବେନ୍ଦ୍ର କିଶୋର ପତି, ଦଳର ରାଜ୍ୟ ପରିଷଦ ସଭ୍ୟ ଶୈଳେଶ ଦାନୀ ଏବଂ ହୀରାଲାଲ ବେହେରା, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ମହିଳା ବିଜେଡି ରାଜ୍ୟ ସମ୍ପାଦିକା ଉଷା ପ୍ରଧାନ, ଦଳର ବରିଷ୍ଠ ନେତା କୁମାର ଚାନ୍ଦ ରାଉତ, ଫଣିନ୍ଦ୍ର ପଟ୍ଟନାୟକ, ହୀରାକୁଦ ଏନଏସି ର ପୂର୍ବତନ ଅଧ୍ୟକ୍ଷା ସିପ୍ରା ମହାନ୍ତି, ଅଶୋକ ମହାକୁର, ନିଶାନ୍ତ ଦୀକ୍ଷିତ ଓ ପ୍ରକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରଚିନ୍ଦ୍ର କୁଅଁର, ଲିଙ୍ଗରାଜ ତ୍ରିପାଠୀ, ଦିଲୀପ ଦାଶ, ସୌମେନ୍ଦ୍ର ହୋତା, ନିଶିଥ ଆକାଶ, ଅମିତ ନାଥ, ସତ୍ୟନାରାୟଣ କୁମାର, ଆଶିଷ ମିଶ୍ର, ଉର୍ମିଳା ପଣ୍ଡା, ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା,ଅମିତାଭ ସରଙ୍ଗୀ, ରାଜେଶ କୁମାର ମିଶ୍ର, ଅଭିମନ୍ୟୁ ରାଉତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସିଦ୍ଧାନ୍ତ ପ୍ରଧାନ, ଅନିଲ ଗୁପ୍ତା, ସ୍ୱାଗତ ପାଢ଼ୀ, ରାଜେଶ ଗୁପ୍ତା, ସୁବର୍ଣ୍ଣ ନାଏକ, ମିତାଲି ସାହୁ, ସୈରେନ୍ଦ୍ରୀ ନାଏକ, ସୁଭାଶିଷ ପଣ୍ଡା, ଜୟନାରାୟଣ ନାଗ, ବୃନ୍ଦାବନ ବେହେରା ପ୍ରମୁଖ ସାମିଲ ରହିଥିଲେ ।