ଲକ୍ ଡାଉନ ସମୟରେ ପାସ୍ ପ୍ରସଙ୍ଗ : ଜାଲ୍‌ପାସ୍‌ର ଚେର ଲମ୍ବିଛି ବହୁ ଦୂରକୁ !

0 2,644

ବୌଦ୍ଧ: ଲକ୍‌ଡାଉନ ସମୟରେ ଗାଡିମଟର ଓ ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ ସରକାର କଟକଣା ଜାରି କରିଛନ୍ତି । କୌଣସି ଜରୁରୀ କାମରେ ଆବଶ୍ୟକତାକୁ ଉପଲବ୍‌ଧିକରି ପ୍ରଶାସନ ପାସ୍ ଦେଇପାରିବାର ବ୍ୟବସ୍ଥା ମଧ୍ୟ ସରକାର ରଖିଛନ୍ତି । ଏହି ସୁଯୋଗର ଦୁରୁପଯୋଗ କରି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କୌଣସି ପ୍ରକାରେ ବଶକରି ବିନା ଜରୁରୀ କାମରେ ମଧ୍ୟ ଜରୁରୀ କାମ ଦେଖାଇ ଲୋକେ ପାସ୍ ହାସଲ କରିପାରୁଥିବା ଚର୍ଚ୍ଚା ହେଉଛି । ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ବୌଦ୍ଧରେ ଶହଶହ ଲୋକଙ୍କ ପାଖରେ ପାସ୍ ରହିଥିବା ଅଭିଯୋଗ ହେଉଛି । ସେସବୁ କେଉଁ ଜରୁରୀ କାମରେ ପ୍ରଶାସନ ଦେଇଛି ନା ଜାଲ୍ ଅନୁମତି ପତ୍ର ସେକଥା କହିବା ମୁସ୍କିଲ ।

hiring


ଗତ ଦୁଇଦିନ ଭିତରେ ଜାଲ ଓ ପୁରୁଣା ଅନୁମତି ପତ୍ରରେ ଯାତ୍ରୀନେଇ ଯାଉଥିବା ଦୁଇଟି ଘରୋଇ ଟ୍ୟାକ୍ସିକୁ ବୌଦ୍ଧଥାନା ପୁଲିସ ଜବତ କରିବାପରେ ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ହେଉଥିବା ଆଲୋଚନା ଦୃଢୀଭୂତ ହେଉଛି । ଲକଡାଉନର ପ୍ରାରମ୍ଭରେ ଜରୁରୀ କାମରେ ବାହାରକୁ ଯିବାପାଇଁ ପୁଲିସ ଅନୁମତି ପତ୍ର ପ୍ରଦାନ କରୁଥିଲା । ପରବର୍ତ୍ତୀ ସମୟରେ ଏହାକୁ ଦେବାପାଇଁ ଜିଲ୍ଲାପାଳଙ୍କ ଜୁଡିସିଆଲ ଉପବିଭାଗକୁ ଦାୟିତ୍ୱ ଦିଆଗଲା । କେହି ଜଣେ ବ୍ୟକ୍ତି ଅନୁମତି ପାଇଁ ଆବେଦନ କଲେ ଆବେଦନକାରୀଙ୍କ ଜରୁରୀ କାର୍ଯ୍ୟ ସଂପର୍କରେ ସତ୍ୟତା ଅନୁସନ୍ଧାନ କରିବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ପକ୍ଷରେ ଜାଣିବା କଷ୍ଟକର ବ୍ୟାପାର ଓ ସମୟସାପେକ୍ଷ । ମାତ୍ର ଗୋଟିଏ ଗାଡିକୁ ବାରମ୍ବାର ଓ ଏକାଧିକ ଥର ଜରୁରୀକାମର ଆଳଦେଖାଇ ଅନୁମତି ପତ୍ର ପ୍ରଦାନ କରିବା କେତେଦୂର ସମୀଚିନ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହାର ସୁଯୋଗ ନେଇ ବିଭିନ୍ନ ଅଣଜରୁରୀ କାର୍ଯ୍ୟରେ ମଧ୍ୟ ଜରୁରୀ କାର୍ଯ୍ୟଦେଖାଇ ପାସ୍ ହାସଲ କରିପାରୁଛନ୍ତି । ପାସ୍ ପ୍ରଦାନ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ଜ୍ଞାତସାରରେ ଏସବୁ ହେଉଛି ନା ତାଙ୍କ ଅଜାଣତରେ ହେଉଛି ଏହା ଜାଣିବା ସାଧାରଣ ଜନତାଙ୍କ ପକ୍ଷେ ଅସମ୍ଭବ ନିଶ୍ଚୟ ।


ଗତକାଲି ଦୁଇଟି ଗାଡି ଜବତ ହେବା ଓ ଜାଲ୍ ପାସ୍ ବ୍ୟବହାର କରିବା ଅଭିଯୋଗରେ ସେଥିରେ ସଂପୃକ୍ତ ବ୍ୟକ୍ତି ଗିରଫ ହେବା ବୌଦ୍ଧ ପୋଲିସ ପାଇଁ ଏକ ସଫଳତା ନିଶ୍ଚିତ । ଏହି ଜାଲ୍ ପାସ୍ ର‌୍ୟାକେଟର ଚେର କେତେଦୂର ଯାଇଛି ଓ ଆଗରୁ ଜାଲ୍ ପାସ୍ ବ୍ୟବହାରକରି କେତେଥର ପରିବହନ ହୋଇଛି ପୋଲିସ ସେଥିପ୍ରତି ମଧ୍ୟ ତଦନ୍ତ କରିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ଜିଲ୍ଲାପାଳଙ୍କ ଜୁଡିସିଆଲ ସେକସନରୁ ଅନୁମତିପତ୍ର ପ୍ରଦାନବେଳେ ଫର୍ମର ସଠିକ ଯାଞ୍ଚ ଓ ଆବେଦନକାରୀଙ୍କ ସଂପର୍କରେ ଅନୁସନ୍ଧାନର ଅଧିକ ଗୁରୁତ୍ୱଦେବାର ଆବଶ୍ୟକ ରହିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

fourteen + twenty =