ସୁବର୍ଣ୍ଣପୁର: ଗୋଟିଏ ଦିନରେ ୪୦ ପଜିଟିଭ ଚିହ୍ନଟ, ଚିନ୍ତା ବଢ଼ାଇଲା ସ୍ଥାନୀୟ ସଂକ୍ରମଣ

0 349

ସୋନପୁର : ଦିନକୁ ଦିନ ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ନିୟନ୍ତ୍ରଣ ବାହାରକୁ ଚାଲିଗଲା ଭଳି ଜଣାପଡିଛି ।କରୋନା ଯେଭଳି ଭାବରେ କାୟାବିସ୍ତାର କରିଚାଲିଛି ତାହା ଜିଲ୍ଲା ବାସୀଙ୍କପାଇଁ ଆତଙ୍କ ପାଲଟିଛି । କ୍ରମାଗତ ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ପ୍ରଶାସନ ପାଇଁ ଚିନ୍ତା ର କାରଣ ପାଲଟିଛି । ଗତକାଲି ଦିନକରେ ୪୦ଜଣ ସଂକ୍ରମିତ ଚିହ୍ନଟ ହେବାପରେ ଜିଲ୍ଲାରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ଏବେ ୧୭ ରେ ପହଞ୍ଚିଛି । ସୋନପୁର ସଦର ବଲାଡି ପଞ୍ଚାୟତ ରେ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଖାରୀରୁ ନାରାୟଣପୁର ଲଛିପୁର ମେଣ୍ଢା ମୁଖ୍ୟ ରାସ୍ତା ବନ୍ଦ ହେବାସହ ବଲାଡି ,କୁଟସିରା ,ସିଂହବାହାଲି ରାସ୍ତା ବନ୍ଦ କରାଯାଇଛି । ଖାରୀ ପଞ୍ଚାୟତ ଅଂଚଳର ଜଣେ ୭୦ବର୍ଷିୟା ମହିଳା କରୋନା ସଂକ୍ରମିତ ହୋଇଛନ୍ତି ।ତରଭା ବିଜ୍ଞାପିତ ଅଂଚଳରୁ ଜଣେ ୪୮ବର୍ଷିୟା ମହିଳା ,ମେଣ୍ଢା ଅଂଚଳର ଜଣେ ୮୦ବର୍ଷିୟ ବ୍ୟକ୍ତି, ୬୫ ଓ ୬୦ ବର୍ଷିୟା ମହିଳା,ଜଣେ ୬୫ବର୍ଷ ର ପୁରୁଷ ସମେତ ଦେଉଳପଦର ଅଂଚଳରଜଣେ ୪୪ବର୍ଷର ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଅଂଚଳର ଜଣେ ୬୨,୩୫ ବର୍ଷୀୟ ମହିଳା ଓ ଜଣେ ୧୩ ବର୍ଷର ନାବାଳିକା ଅଛନ୍ତି । ସୁବଳୟା ଟିକ୍ରାପଡା ଅଂଚଳର ଜଣେ ୨୧ବର୍ଷୀୟା ମହିଳା ସଂକ୍ରମିତ ହୋଇଛନ୍ତି ।ସେହିପରି ବିନିକା ବ୍ଲକ କଇଁତରା ଅଂଚଳର ଜଣେ ୫୦ବର୍ଷୀୟା ମହିଳା ଓ ଡୁଙ୍ଗୁରିପାଲି ବ୍ଲକର ତମାମୁରା ପଂଚାୟତ ଗଧାପାଲି ଅଂଚଳର ଜଣେ ୪୫ବର୍ଷିୟା ମହିଳା ଓ ଗଜବନ୍ଧ ଅଂଚଳର ଜଣେ ୬୦ ବର୍ଷିୟା ମହିଳା ଚିହ୍ନଟ ହୋଇଛନ୍ତି । ସୋନପୁର ପଟାଭାଡି ଅଞ୍ଚଳରେ ପୁଣି ୫୭ ବର୍ଷିୟା ମହିଳା ଓ ୩୩ ବର୍ଷର ଜଣେ ପୁରୁଷ ସଂକ୍ରମିତ ହୋଇଥିବା ଜଣାପଡିବାପରେ ସମସ୍ତ ଅଂଚଳରେ ଯାଂଚ ପ୍ରକ୍ରିୟା କୁ ଅଧିକ କଡ଼ାକଡ଼ି କରି ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ କରାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା,ଦିଲୀପ କୁମାର ପଣ୍ଡା ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

20 − six =