ଲକ୍ ଡାଉନ୍ ଥିବା ସମୟରେ 32 ଆଦିବାସୀ ପରିବାର ଉଚ୍ଛେଦ ଘଟଣା : ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ନିନ୍ଦା, କାର୍ଯ୍ୟନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

0 137

ଖପ୍ରାଖୋଲ : ସମଗ୍ର ଦେଶରେ କରୋନା ବିପତ୍ତି ସମୟରେ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ଥିବା ସମୟରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଜୁଗ ସାଇପାଟଣା ପଞ୍ଚାୟତ ଗ୍ରାମ ରେ ୩୨ ଆଦିବାସୀ ପରିବାର ବସବାସ ଦୀର୍ଘ ଦିନ ଧରି ରହୁଥିବା ବେଳେ ଗତ ୨୪.୪.ରେ କଲାହାଣ୍ଡି ଦକ୍ଷିଣ ବନଖଣ୍ଡ ଶଗଡା ରେଞ୍ଜ ତଥା କରଲା ପଟ ଅଭୟାରଣ୍ୟ ରେଞ୍ଜ ଦାୟିତ୍ବରେ ଥିବା ରେଞ୍ଜର ଗଜେନ୍ଦ୍ର ପି ଏସ୍ ମାଥୁର ,ବନ କର୍ମଚାରୀ , ଭବାନୀପାଟଣା ଉପଜିଲ୍ଲାପାଳ , ତହସିଲଦାର , ପୋଲିସ ଫୋର୍ସ ଯାଇ ବତିଶ ଆଦିବାସୀ ପରିବାର ଲୋକଙ୍କୁ ଘରୁ ଜବରଦସ୍ତ ବାହାର କରିଦେବା ସହ ଘରେ ଥିବା ଆବାଶପତ୍ର ,ଖାଦ୍ୟ ସାମଗ୍ରୀ , ଗୃହ ଉପକରଣ ,ବସ୍ତ୍ର ଆଦି ବାହାର କୁ ଫିଙ୍ଗି ଦିଆଯାଇଥିବା ସହ ପାଟିଫିଟାଇଲେ ଜେଲକୁ ପଠାଇ ଦେବାର ଧମକ ଦେଇଥିବା ଆଦିବାସୀ ମାନଙ୍କୁ ସେଠାରୁ ତଡ଼ି ଦେବା ଆଦିବାସୀ ମାନେ ଅଭିଯୋଗ କରିଛନ୍ତି ।।

hiring

ବର୍ତମାନ କରୋନା ମହାମାରୀ ରୋଗ ପାଇଁ ସାରା ବିଶ୍ବ ର ୨୧୦ ଟିଦେଶ ସମେତ ଭାରତ ଦେଶ ଏବଂ ରାଜ୍ୟ ରେ ସମ୍ପୁର୍ଣ୍ଣ ଲକ୍ ଡାଉନ୍ ରହିଛି । କଳାହାଣ୍ଡି ଜିଲ୍ଲା କୁ ସରକାର ପୁରା ଲକ୍ ଡାଉନ୍ ଘୋଷଣା କରିଥିବା ହେତୁ ଲୋକେ ପଦା ବାହାରି ପାରୁନଥିବାରୁ ବେଳେ ଦୈବୀ ଦୁର୍ବିପାକ ସମୟରେ କାଳବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ବଜ୍ରପାତ ଭଲି ପ୍ରାକୃତିକ ବିପର୍ଯ୍ୟୟ ବେଳେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଆଦିବାସୀ ମାନଙ୍କୁ ଘର ଭାଙ୍ଗି ତଡ଼ି ଦେବା ଆଦିବାସୀ ମାନଙ୍କ ପ୍ରତି ଘୋର ଅନ୍ୟାୟ ହୋଇଥିବା ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି ।। ନିରିହ ଆଦିବାସୀ ଙ୍କୁ ସହଯୋଗ କରିବା ବଦଳରେ ପୋଲିସ , ପ୍ରଶାସନ ମାନିବିକତା କୁ ଭୁଲି ଯାଇ ଜଙ୍ଗଲ ବିଭାଗ ତାଙ୍କ ର କ୍ଷମତା ର ଅପବ୍ୟବହାର କରି ବା ଆଦିବାସୀ ବିରୋଧି ନୀତି , ସମ୍ପୁର୍ଣ୍ଣ ବେଆଇନ , ଅସାମ୍ବିଧାନିକ , ମାନବାଧିକାର ର ଖୋଲା ଖୋଲି ଉଲଂଘନ ,ସାରା ଭାରତ ଜୀବନ ସୁରକ୍ଷା ପାଇଁ ଲକ୍ ଡାଉନ୍ ,ସଟଡାଉନ ,ଜନତା କର୍ଫ୍ୟୁ , ଗୃହାବଦ୍ଧ , ର ହାହା କାର ସ୍ଥିତି ରେ ଥିବା ବେଳେ ଆଦିବାସୀ ମାନଙ୍କ ଘର ଭାଙ୍ଗି ଉଛେଦ କରିବା ବିଶ୍ଵ ଇତିହାସ ରେ କଳଙ୍କିତ ଘଟଣା ବୋଲି ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ ପାଇଛି।। ଏଭଳି ଅମାନବିକ କାର୍ଯ୍ୟ କରିଥିବା ବନବିଭାଗ ରେଞ୍ଜର , ତହସିଲଦାର , ଉପଜିଲ୍ଲାପାଳ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସହ ତୁରନ୍ତ ଆଦିବାସୀ ପରିବାର ଙ୍କୁ ବାସ ଗୃହ , ଖାଦ୍ୟ ,ରାସନ , କର୍ମ ନିଯୁକ୍ତି ଆଦି ଯୋଗାଇ ଦେବାକୁ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ ର ବ୍ରଜକିଶୋର ସିଂଭୋଇ , ମହାସଚିବ ନିରଞ୍ଜନ ବିଶି , ପରମାନନ୍ଦ ମାଝୀ , ବାଳକୃଷ୍ଣ ଶବର ,ଜିତୁ ଜାକାଶିକା ,ରାମ ଶବର , ଯୋଗେନ୍ଦ୍ର ବେହେରା , ସତ୍ୟନାରାୟଣ ଭୋଇ ,ଭଦ୍ର ଚରଣ କିସାନ ,ଉସ୍ମାନ ମୁଣ୍ଡା ,ଘାସି ସାମୁଟିକା , ଅର୍ଜୁନ ଭତରା ଲମ୍ବୋଦର ସିଂ ପ୍ରମୁଖ ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି , ଓଡ଼ିଶା ମୂଖ୍ୟ ମନ୍ତ୍ରୀ , ରାଜ୍ୟ ପାଳ ଙ୍କ ପାଖରେ ଦାବି କରିଛନ୍ତି ।। ରାଜ୍ୟସରକାର ଙ୍କ ଆଦି ବାସୀ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।।

hiranchal ad1
Leave A Reply

Your email address will not be published.

twelve + 8 =