ଦେବଗଡ଼ ପୌରପରିଷଦର ସମୀକ୍ଷା ବୈଠକ

0 238

ଦେବଗଡ଼,୯ା୮: କୋଭିଡ଼ ନିୟମ ଅନୁଯାୟୀ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଦେବଗଡ଼ ପୌରପରିଷଦର ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଯାଇଛି । ଏକ୍ତ ବୈଠକରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପୌରପରିଷଦ ଅଧିକାରୀ ଅତସୀ ପିତଡ଼ା,ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନରୋତ୍ତମ ସାହୁଙ୍କ ସମେତ ପୌର ପରିଷଦର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଷୋହଳ ବଖରୀ କଟାର ଉନ୍ନତି କରଣ,ବାର୍ଦ୍ଧ୍ୟକ ଭତା, ବିଧବା ଭତା ତଥା ପୌରପରିଷଦର ଅବସରପ୍ରାପ୍ତ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଠା ଦୋକାନୀ ମାନଙ୍କର ବିଭିନ୍ନ ସମସ୍ୟା ସାଙ୍ଗକୁ ପ୍ରଧାନପାଟ ଠାରେ ଥିବା ପୌରପରିଷଦ ଉଦ୍ୟାନର ଉନ୍ନତି କରଣ ନିମନ୍ତେ ବିସ୍ତୃତ ଆଲୋଚନା କରାଯାଇଥିଲା । ସେହିପରି ଦେବଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ପ୍ରଧାନପାଟଙ୍କ ଭବ୍ୟ ମନ୍ଦିର ଉନ୍ନତି କରଣ ସାଙ୍ଗକୁ ସ୍ମାର୍ଟ ପାର୍କ ନିର୍ମାଣ, ଶ୍ମଶାନଘାଟର ଉନ୍ନତି କରଣ, ମୁକ୍ତା ଯୋଜନା, ସ୍ୱଚ୍ଛ ଭାରତ ମିଶନ୍‌, ବର୍ଷାଜଳର ରକ୍ଷଣାବେକ୍ଷଣ, ସଫେଇ କାର୍ଯ୍ୟ, ଗ୍ରୀନ୍‌ପି୍‌ଡ଼୍‌ ଲାଇଟ୍‌, ବସଷ୍ଠାଣ୍ଡ୍‌ର କାର୍ଯ୍ୟ ଶୀଘ୍ର ସମାପ୍ତି କରିବା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅନୁଦାନ ଉପଯୋଗ କରିବା, ଦୈନିକ ବଜାର ତଥା ଜନଗହଳି ସ୍ଥାନରେ ପାଣିର ବ୍ୟବସ୍ଥା ଥାଇ ପରିଶ୍ରାଗାର ନିର୍ମାଣ, ସହର ମଧ୍ୟରେ ଯାଇଥିବା ପୁରୁଣା ଜାତୀୟ ରାଜପଥର ସୌନ୍ଦର୍ଯ୍ୟ କରଣ, ପ୍ରତିଟି ୱାଡର଼୍ରେ ପାଣିର ବ୍ୟବସ୍ଥା ଥାଇ ପରିଶ୍ରାଗାର ନିର୍ମାଣ, ପ୍ରତିୱାଡର଼୍ର ନୂତନ ରାସ୍ତାର ଉନ୍ନତି କରଣ ଏବଂ ପ୍ରତି ୱାଡର଼୍ରେ ବେସରକାରୀ ଭାବେ କାର୍ଯ୍ୟ ତୁଲାଇବା ପାଇଁ ସଫେଇ କର୍ମଚାରୀ ନିଯୁକ୍ତି ଆଦି ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାର୍ଯ୍ୟକାରୀ କରାଯିବା ପାଇଁ ବିଧାୟକ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

5 × 4 =