ଦେବଗଡ଼,୪ା୮ : ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜକିଶୋର ପାଇକରାୟ, ହନୁମାନ ପଇସା କାରବାର ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ନଗଦ ଏକ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା,ଦୁଇଟି ବାଇକ୍ ଓ ଦୁଇଟି ହନୁମାନ ପିଇସା ଜବତ କରିଥିବା ସୂଚନା ଦେଇଛନ୍ତି । ସୂଚନା ମୁତାବକ ଜିଲ୍ଲାରେ ହନୁମାନ ପଇସା କାରବାର ହେଉଥିବାର ପୋଲିସ୍ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡର଼୍ ଖବର ପାଇ ଏସ୍.ଡ଼ି.ପି.ଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଦଳବଳେ ଗୋହୀରା ଡ଼୍ୟାମ୍ ରାସ୍ତାରେ ଗ୍ରାହକ ବେଶରେ ଲୁଚିରହିଥିଲେ । ହନୁମାନ ପଇସା କାରବାର କରୁଥିବା ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଅର୍ଗାନ ଗ୍ରାମର ଉପେନ୍ଦ୍ର ମାଝୀ, ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଳ ଗ୍ରାମର ନରହରି ରାଉତିଆ ଓ ରେଙ୍ଗରଳକାନୀ ଗ୍ରାମର ପ୍ୟାରୀ ମୋହନ ପ୍ରଧାନ ଦୁଇଟି ମୋଟସାଇକେଲ ଯୋଗେ ସେହି ରାସ୍ତାଦେଇ ଗ୍ରାହକ ସାଜିଥିବା ଛଦ୍ମବେଶୀ ପୋଲିସ୍ଙ୍କ ପାଖକୁ ଆସି ହନୁମାନ ପଇସାର ବିଶେଷତା ବିଭିନ୍ନ ପରୀକ୍ଷା ଦେଖାଇ ଥିଲେ ଓ ଟଙ୍କା କାରବାର କରିବା ସମୟରେ ପୋଲିସ୍ ବିଛେଇଥିବା ଜାଲରେ ପଡ଼ିଯାଇଥିଲେ ।
ମୋଟରସାଇକେଲ ସହ ଉକ୍ତ ତିନି ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ସମୟରେ ସେମାନଙ୍କ ନିକଟରୁ ଦୁଇଟି ଅନୁମାନ ପଇସା,ମୋବାଇଲ ୩ଟି ଓ ନଗଦ ଏକ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରିବା ସହ ଆଂଟିକ୍ୟୁଟୀ ଓ କଳା ସଂରକ୍ଷଣ ଦଫାରେ ମାମଲା ଋଜ୍ଜୁ କରି ଅଭିଯୁକ୍ତଙ୍କୁ ବିଚାର ବିଭାଗ ଅଦାଲତକୁ ପଠାଇ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପାଇକରାୟ ଗଣମାଧ୍ୟମଙ୍କ ଆଗରେ ପ୍ରକାଶ କରିଛନ୍ତି । ଉକ୍ତ ସାମ୍ବାଦିକ ସମ୍ବିଳନିରେ ଦେବଗଡ଼ ଆଦର୍ଶ ଥାନା ଅଧିକାରୀ ସୁରେନ୍ଦ୍ର କୁମାର ନାୟକ,ଡ଼ି.ଆଇ.ବି. ଡ଼ି.ଏସ୍.ପି. ପ୍ରଦୀପ କେରକେଟା ପ୍ରମୁଖ ଉପସ୍ଥିତ ଥିଲେ ।