ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ସରକାର ଧାନ ସଂଗ୍ରହ ଆରମ୍ଭ କରିବେ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଇଛି । ଏହା ସହିତ ୭ ତାରିଖଠାରୁ ବିଭିନ୍ନ ଜିଲ୍ଲାରେ ମୁଗ, ବିରି ଆଦି ରବି ଫସଲ କିଣା ମଧ୍ୟ ଆରମ୍ଭ ହେବ । ବିଭାଗ ପକ୍ଷରୁ କୁହାଯାଇଛି ଯେ, କ୍ଷେତରେ ଧାନ ଅମଳ ୪୦ ପ୍ରତିଶତ ପହଞ୍ଚିଲାଣି । ଏଣୁ ଏହା ସଂଗ୍ରହ ପାଇଁ ଉପଯୁକ୍ତ ସମୟ । କୃଷିକାର୍ଯ୍ୟ ପାଇଁ ଶ୍ରମିକ ଅଭାବ ନାହାନ୍ତି । କୋଭିଡ ୧୯ ଆତଙ୍କ ହେତୁ ବିଭିନ୍ନ ମଣ୍ଡରେ ଧାନ ସଂଗ୍ରହ ହୋଇନଥିଲା । ଏବେ ସ୍ଥିତିରେ ପରିବର୍ତ୍ତନ ଆସିଛି । ଖରିଫ ଋତୁରେ ବିଭାଗ ଅଣଧାନ ଫସଲ ଉପରେ ମଧ୍ୟ ଅଧିକ ଗୁରୁତ୍ୱ ଦେବ । ଏହି ସମୟରେ ଚାଷୀଙ୍କ ପାଖରେ ବିହୀନ କୃଷି ଉପକରଣ ଯେଭଳି ଅଭାବ ନ ରହେ ତାହାକୁ ମଧ୍ୟ ବିଭାଗ ପକ୍ଷରୁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।