ଭାଗିରଥି ପାତ୍ରଙ୍କ ଜିଲ୍ଲାସ୍ତରୀୟ ୮୩ ତମ ଜୟନ୍ତୀ ସମାରୋହ ପାଳିତ

0 125

ନବରଙ୍ଗପୁର ୧୩।୧୧ : ନବରଙ୍ଗପୁର ଜିଲ୍ଲାର ସାହିତ୍ୟିକ ଭାଗିରଥି ପାତ୍ରଙ୍କ ୮୩ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ନବରଙ୍ଗପୁର ସ୍ଥାନୀୟ ଆରସିଡ଼ି ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଓ ଭାଗିରଥି ପାତ୍ର ସ୍ମୃତି ସଂସଦ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଓ ଦୌରା ଜଜ ଅଶୋକ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସମାଜସେବୀ ଜଗନ୍ନାଥ ମହାପାତ୍ର, ଆରସିଡ଼ି ନୋଡାଲ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ, କବି ନାରାୟଣ ପଣ୍ଡା, ମୁଖ୍ୟ ବକ୍ତା ଭାବେ ଉପଆରକ୍ଷୀ ଅଧିକ୍ଷକ ଡ଼ ଚନ୍ଦ୍ର ଶେଖର ହୋତା ଓ ସମ୍ମାନିତ ବକ୍ତା ରୂପେ ଅବସରପ୍ରାପ୍ତ ଅଧ୍ୟାପକ ଡ଼ ବିଜୟ କୁମାର ମିଶ୍ର, ଆଇନଜୀବି ଶ୍ରୀନିବାସ ପଟ୍ଟନାୟକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ସହ ଅତିଥି ମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ। ଏହାପରେ ଅତିଥିମାନେ ସ୍ବର୍ଗତ ଭାଗିରଥି ପାତ୍ରଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ସାହିତ୍ୟ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଚଳିତ ୨୦୨୧ ବର୍ଷ ଭାଗିରଥି ସମ୍ମାନରେ ଆକାଶବାଣୀ ଗୀତିକାର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ କବି ଭାଗିରଥି ପାତ୍ରଙ୍କ କୃତି ଓ ସ୍ମୃତି ସମ୍ବଳିତ ସ୍ମରଣୀକା ଶ୍ରୀମତୀ ରେଣୁବାଳ। ପୂଜାରୀଙ୍କ “ପୂଜା ଫୁଲ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ କବି ମନୋଜ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ, ପ୍ରବନ୍ଧକ, କବି ସ୍ବର୍ଗତ ଭାଗୀରଥି ପାତ୍ରଙ୍କ ସୁପୁତ୍ର ତଥା ଭାଗୀରଥି ସ୍ମୃତି ସଂସଦର ଜିଲ୍ଲା ସଂପାଦକ ରାମ ପ୍ରସାଦ ପାତ୍ର, ସାନୁଜ କୁମାର ପାତ୍ର, ଟିଟୁ ଦାଶ, ଦୁର୍ଗା ପ୍ରସାଦ ପାଢ଼ୀ, ସାଇକେର ଏଜୁକେସନ ଛାତ୍ର ଛାତ୍ରୀ, ଆଇନଜୀବୀ ଅଖିଳ ଭଟ୍ଟ, ଡଃ ସାଇ ରମେଶ ରାଓ, ଗୋପାଳ ମିଶ୍ର ପ୍ରମୁଖଙ୍କ ସମେତ ସ୍ବର୍ଗତ ଭାଗିରଥି ପାତ୍ରଙ୍କ ପରିବାରର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

sixteen + 12 =