ଆତ୍ମହତ୍ୟା କରିଥିବା ନାବାଳିକା ପରିବାରକୁ ଭେଟିଲା ବିଜେପି ପ୍ରତିନିଧି ଦଳ: ଅଭିଯୁକ୍ତ ସୁବାଷ ମୁଦୁଲି ଗିରଫ ଓ କୋର୍ଟ ଚାଲାଣ

0 162

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲାକ ଅନ୍ତର୍ଗତ ଦୀନବନ୍ଧୁପୁରର ଚତକା ସାହିରେ ଏକ ଅଭାବନୀୟ ଘଟଣାକ୍ରମେ ଜନୈକା ନାବାଳିକାକୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବାରମ୍ବାର ଅସଦାଚରଣ କରୁଥିଲେ । ପରିବାର ପକ୍ଷରୁ ପୋଲିସ୍ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଅପବାଦ ଓ ଲୋକଲଜ୍ୟା ଭୟରେ ନାବାଳିକା ଶେଷରେ ଆତ୍ମହତ୍ୟା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ସ୍ପର୍ଶକାତର ଘଟଣାକୁ ନେଇ ଶୁକ୍ରବାର ଦିନ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରତିନିଧି ଦଳ ପରିବାରକୁ ଭେଟିଛି । ସେହିପରି ଭାବେ କଳାଙ୍ଗ ଗ୍ରାମର ବିଳମ୍ବିତ ରାତିରେ ଜଣେ ନାବାଳିକାକୁ ଅପହରଣ ଓ ଦୀନବନ୍ଧୁପୁର ଗ୍ରାମର ଅସଦାଚରଣ ଅଭିଯୋଗରେ ନାବାଳିକା ଆତ୍ମହତ୍ୟା ଘଟଣାରେ ସ୍ଥାନୀୟ ପୋଲିସ୍ ପ୍ରଶାସନ ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ଅଭିଯୋଗ କରି ବିଜେପିର ଜିଲ୍ଲା ନେତାମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି । ସଂପୃକ୍ତ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା ସହ ଏଭଳି ଘଟଣାକୁ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି । ବିଜେପିର ପ୍ରତିନିଧି ମଣ୍ଡଳ ଢେଙ୍କାନାଳ ଏସ୍‌ପିଙ୍କୁ ଭାପୁର ଫାଣ୍ଡି ଠାରେ ସାକ୍ଷାତକରି ୩ଦଫା ଦାବି ଉପସ୍ଥାପିତ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ଅଭିଯୁକ୍ତ ସୁବାଷ ମୁଦୁଲି (୨୮)କୁ ତୁରନ୍ତ ଧରାଯାଇ, ତା’ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ, ପରିବାରବର୍ଗଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଏବଂ ନାମକୁମାତ୍ର ଜଣେ ଏଏସ୍‌ଆଇ ପଦ୍ମନାଭ ସାହୁଙ୍କୁ ଖାଲି ନିଲମ୍ବନ ନୁହେଁ ବରଂ ଘଟଣାରେ ସଂପୃକ୍ତ ଥିବା ବିଭାଗର ଏସ୍‌ଡିପିଓଙ୍କୁ ବିଚାର ପରିସରକୁ ନିଆଯାଇ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ପ୍ରତିନିଧି ମଣ୍ଡଳୀ ଅଡି ବସିଥିଲେ । ଅଭିଯୁକ୍ତକୁ ତୁରନ୍ତ ଧରାଯାଇ ଘଟଣାରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି ପ୍ରତିଶୃତି ଦେବାସହ ପୂର୍ବତନ ଫାଣ୍ଡି ଅଧିକାରୀ ପ୍ରଶାନ୍ତ ପଢ଼ିହାରୀଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଥିଲେ । ବର୍ତମାନର ଖବର ଅନୁସାରେ ଅପରାହ୍ନରେ ଅଭିଯୁକ୍ତ ସୁବାଷ ମୁଦୁଲିକୁ ଚତକାସାହିସ୍ଥିତ ଗାଁ ମୁଣ୍ଡରେ ଏକ ଗଛ ଉପରେ ଲୁଚିଥିବା ବେଳେ ପୋଲି ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × five =