ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ

0 131

ଭୁବନେଶ୍ଵର : ରାଜ୍ୟରେ ଅନଲକ୍ ହେବ ନାହିଁ । ବର୍ତ୍ତମାନ ରାଜ୍ୟରେ ଅନଲକ୍ ହେଲା ଭଳି ସ୍ଥିତି ନାହିଁ। ଅଗଷ୍ଟ ମାସ ପାଇଁ ଆସନ୍ତାକାଲି ଗାଇଡଲାଇନ୍ ଘୋଷଣା ହେବ। ସେ ନେଇ କମିଟି ନିଷ୍ପତି ନେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।ଡିଏମଇଟି ପୁଣି କହିଛନ୍ତି ଯେ, କଟକ ଭୁବନେଶ୍ଵରରେ କରୋନା ସ୍ଥିତି ସ୍ଥିର ରହିଛି। ଆଗରୁ ୫ ଶହ ଉପରେ ପିଜେଟିଭ୍ ସଂଖ୍ୟା ରହୁଥିଲା। ଏବେ ୪ ଶହରେ ପଜେଟିଭ ସଂଖ୍ୟା ରହିଛି । ବର୍ତ୍ତମାନ ପୁରା ଖୋଲା ଛଡ଼ାଯାଇ ପାରିବ ନାହିଁ। ସେହିପରି ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ହସ୍ପିଟାଲରେ ସ୍ଵତନ୍ତ୍ର ୱାର୍ଡ ଖୋଲିବା ପାଇଁ ନିର୍ଦେଶ ଦିଆଯାଇଛି। ଡି ୨ ଷ୍ଟ୍ରେନ ନେଇ ଆତଙ୍କ ସୃଷ୍ଟି କରନ୍ତୁ ନାହିଁ। ଏହା ଆଗରୁ ଥିଲା ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି।

hiranchal ad1
Leave A Reply

Your email address will not be published.

seven + 1 =