ଜିଲ୍ଲାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଂ ପାଇଁ ଲମ୍ବାଲାଇନ

0 159

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ କରିବା ସକାଶେ ଜିଲ୍ଲା ପ୍ରଶାସନ ବିଭିନ୍ନ ସଚେତନତା ଓ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସହରବାସୀ ମଧ୍ୟ ଜିଲ୍ଲା ପ୍ରଶାସନକୁ ସହଯୋଗ କରି ଆସୁଛନ୍ତି । ଲୋକେ ସ୍ୱତ ପ୍ରବୃତ୍ତ ଭାବେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଙ୍ଗ ସକାଶେ ସହରର ଦୁଇଟି ସ୍ଥାନରେ ଯଥା ବିଜୁ କଲ୍ୟାଣ ମଣ୍ଡପ ଓ ଆରଏମସିଠାରେ ଆଣ୍ଟିଜେନ ସ୍ୱାବ ଟେଷ୍ଟିଂ ସକାଶେ ପଞ୍ଜିକୃତ କରି ଟେଷ୍ଟ କରୁଛନ୍ତି । ସହରର ଦୋକାନ ମାଲିକ, ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ସହରବାସୀ ପୁରପଲ୍ଲୀରୁ ମଧ୍ୟ ଜନ ସାଧାରଣ ସତ୍ୱପ୍ରବୃତ୍ତ ଭାବେ ଟେଷ୍ଟିଙ୍ଗ ସକାଶେ ସୁଅ ଛୁଟୁଥିବାର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର ଏହିଭଳି ପଦକ୍ଷେପକୁ ସହରବାସୀ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଭୂୟସ ପ୍ରଶଂସା କରିଛନ୍ତି । ଯାହା ଫଳରେ କରୋନା ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ଏକ ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

four × 2 =