ସରକାରୀ ନିର୍ଦ୍ଦେଶକୁ ପଞ୍ଚାୟତ ଗୁଡିକରେ ବେଖାତିର

0 671

ବୌଦ୍ଧ,: କରୋନା ପାଇଁ ସାରାଦେଶ ଲକଡାଉନରେ ଥିବାବେଳେ ସାମାଜିକ ଦୂରତା ରକ୍ଷାପାଇଁ ଜନସାଧାରଣଙ୍କୁ ସଚେତନ କରାଇଆସୁଛନ୍ତି । ଲକଡାଉନ ସମୟରେ ଜାତୀୟ ଖାଦ୍ୟ ନିରାପତ୍ତା ଖାଉଟି କାର୍ଡ ଓ ରାଜ୍ୟ ଖାଉଟି କାର୍ଡ ପାଇଥିବା ଗରୀବ ହିତାଧିକାରୀଙ୍କୁ ଅଗ୍ରୀମ ୩ମାସର ଚାଉଳ /ଗହମ ପ୍ରଦାନ ପାଇଁ ବ୍ୟବସ୍ଥା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ୩ମାସ ପାଇଁ ମାଗଣାରେ ଜଣପିଛା ମାସିକ ୫ କିଲୋଗ୍ରାମ ହାରରେ ଚାଉଳ ଦିଆଯିବ ବୋଲି ଘୋଷଣା ମଧ୍ୟ କଲେ । ଖାଉଟି କାର୍ଡଧାରୀ ମାନଙ୍କୁ ୧ହଜାର ଟଙ୍କା ଓ ନିର୍ମାଣ ଶ୍ରମିକପରିବାରଙ୍କୁ ୧୫ଶହ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

hiring


ଲକଡାଉନ ସମୟରେ ସରକାର ପ୍ରଦାନ କରୁଥିବା ସମସ୍ତ ସହାୟତା ଗ୍ରାମପଞ୍ଚାୟତ ଜରିଆରେ ଯୋଗାଣର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଉଳ, ଗହମ, କିରୋସିନ ଓ ଆର୍ଥିକ ସହାୟତା ଗାଁକୁ ଗାଁ ଯାଇ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀମାନେ ସମାଜିକ ଦୂରତାକୁ ମାନି ଲୋକଙ୍କୁ ପ୍ରଦାନ କରିବେ । ପଞ୍ଚାୟତ ଅଫିସରେ ଦେଲେ ଗହଳି ହେବାର ସମ୍ଭାବନା ଥିବାରୁ ଏହି ନିଷ୍ପତ୍ତି ସରକାର ନେଇଥିଲେ । ମାତ୍ର ଦୁଃଖର କଥା ଅନେକ ଗ୍ରାମପଞ୍ଚାୟତ ସରକାରଙ୍କ ଏହି ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରି ପଞ୍ଚାୟତ କାର୍ଯ୍ୟାଳୟରେ ହିଁ ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି । ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକମାନେ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଅବମାନନା କରି ଚାଲୁଥିବା ଅଭିଯୋଗ ହେଉଛି । ଲୋକେ ୫/୭ କିଲୋମିଟର ଦୂରରୁ ଆସି ଚାଉଳ, ଗହମ, ଟଙ୍କା ନେଉଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଓ ଟିଭି ଖବରକାଗଜ ମାନଙ୍କରେ ପ୍ରକାଶ ପାଉଛି ।

ବୌଦ୍ଧବ୍ଲକର ବ୍ରାହ୍ମଣୀପାଲି, ଖୁଣ୍ଟବନ୍ଧ, କଣ୍ଟାମାଳ ବ୍ଲକର ଦପଲା ଓ ହରଭଙ୍ଗା ବ୍ଲ୍‌କର ସରସରା ପଞ୍ଚାୟତରେ ହିତାଧିକାରୀମାନଙ୍କୁ ସାମଗ୍ରୀ ଓ ଆର୍ଥିକ ସହାୟତା ସାମାଜିକ ଦୂରତାକୁ ଉଲ୍ଲଂଘନ କରି ପ୍ରଦାନ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ଲକ ଓ ଜିଲ୍ଲା ପ୍ରଶାସନ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପଞ୍ଚାୟତମାନେ କିଭଳି ପାଳନ କରୁଛନ୍ତି ସେ ସଂପର୍କରେ ତଦାରଖ ନକରିବା କ୍ଷୋଭର ବିଷୟ । ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

one × one =