ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଥାନ ନାହିଁ, କାର୍ଯ୍ୟାଳୟ ପରିସରରେ ହେଉଛି ଟେଷ୍ଟିଂ

0 97

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଥିବାର ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ଦିନ ହେଲା ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନାହାଁନ୍ତି । ତେଣୁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପ ଜିଲ୍ଲାପାଳ ଦାୟିତ୍ୱ ତୁଲାଇବା ସଙ୍ଗେସଙ୍ଗେ ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । ଏଠାରେ ଅନ୍ୟ ସମସ୍ୟା ହେଲା ଡ୍ରାଇଭିଙ୍ଗ ଲାଇସେନ୍ସ ଟେଷ୍ଟିଂ ସକାଶେ ସ୍ଥାନ ନ ଥିବାରୁ କାର୍ଯ୍ୟାଳୟ ପରିସରରେ ୨ ଚକିଆ, ଚାରିଚକିଆ ଯାନ ଟେଷ୍ଟିଂ କରାଯାଉଛି । ଯାହା ଫଳରେ ଡ୍ରାଇଭିଂ ଟେଷ୍ଟ ଠିକଭାବରେ ହୋଇପାରୁନାହିଁ । ଏହି କାରଣରୁ ଡ୍ରାଇଭିଂ ଲାଇସେନ୍ସ ପାଇ ବାରୁ ବଞ୍ଚିତ ହେଉଛନ୍ତି ଚାଳକମାନେ । ଅଯଥା ଖର୍ଚ୍ଚ ବ୍ୟୟ ବହୁଳ ହେବାର ଅଭିଯୋଗ ହେଉଛି । ବିଭାଗୀୟ କର୍ତ୍ତୃପକ୍ଷଙ୍କ ମନ ମୁତାବକ ଟେଷ୍ଟିଂ ଚାଲିଛି । ଅନ୍ୟ ସମସ୍ୟା ହେଲା ରେଡ଼କ୍ରସ ସକାଶେ ୫୦୦ ଟଙ୍କା ରସୀଦ କଟା ଯାଉଛି । ଯାହା ଫଳରେ ଗରିବ ଲୋକଟି ୫୦୦ ଟଙ୍କା ରେଡ଼କ୍ରସ ପାଇଁ ଦେବା କଷ୍ଟକର ହୋଇପଡୁଛି ଯଦି ଜଣେ ଡ୍ରାଇଭିଂ ଟେଷ୍ଟିଂରେ ଫେଲ ହୋଇଯାଏ ପୁଣି ଡ୍ରାଇଭିଂ ଲାଇସେନ୍ସ ସକାଶେ ରେଡ଼କ୍ରସ ପାଇଁ ୫୦୦ ଟଙ୍କା ଡିପୋଜିଟ କରିବାକୁ ପଡୁଛି । ଚାଳକମାନେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି । ଏଣୁ ଯଥାଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ସକାଶେ ସ୍ଥାନ ନିରୂପଣ ଏବଂ ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ଯୋଗାଇ ଦେଲେ ଜିଲ୍ଲାବାସୀ ଉପକୃତ ହୋଇପାରିବେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

seventeen − 2 =