ସ୍ୱାଧୀନତା ଦିବସ ପାଳନ ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

0 910

ବୌଦ୍ଧ : ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳନ ହେବାକୁ ଥିବା ସ୍ୱାଧୀନତା ଦିବସ ପାଇଁ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡିଛି । ସମସ୍ତ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଓ ପଂଚାୟତ ସ୍ତରରେ ସର୍ବାଧିକ ୫୦ ଜଣରୁ ୭୫ ଜଣ ଲୋକଙ୍କ ଉପସ୍ଥିତରେ ସ୍ୱାଧୀନତା ଦିବସ ପାଳନ ହେବ । ସେଥି ମଧ୍ୟରେ ୧୫ ରୁ ୨୦ ଜଣ କରୋନା ଯୋଦ୍ଧା ରହିବେ । ଦୁଇଟି ପୋଲିସ୍ ଦଳ କେବଳ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ । ପୋଲିସ୍ ବାହିନୀ ଜାତୀୟ ସଙ୍ଗୀତର ଧୁନ ପରିବେଷଣ କରିବେ । ବିନା ପ୍ୟାରେଡ୍‌, ମାର୍ଚ୍ଚଫାଷ୍ଟ ଓ ଜନସାଧାରଣଙ୍କ ସମାଗମରେ ଏ ବର୍ଷ ସ୍ୱାଧୀନତା ଦିବସ ପାଳନ ପାଇଁ ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି । ଯେଉଁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯାଇଥିବା ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବେ । ଉତ୍ସବ ସ୍ଥଳକୁ ସାନିଟାଇଜ୍ କରାଯିବ ଓ ଅତିଥି ମାନଙ୍କ ପାଇଁ ପ୍ରବେଶ ଦ୍ୱାରରେ ସମସ୍ତଙ୍କୁ ସାନିଟାଇଜର ଦିଆଯିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

twenty − twelve =