ଜ୍ଞାନ ବନ୍ଧୁମାନଙ୍କୁ ଦିନିକିଆ ତାଲିମ ଶିବିର

0 81

ଘୁ.ଉଦୟଗିରି,୧୩/୮- ଟିକାବାଲି ବ୍ଲକର ସ୍ୱେଚ୍ଛାସେବୀମାନଙ୍କୁ ଟିକାବାଲି ବ୍ଲକ ସଂପ୍ରସାରଣ ଅଧିକାରୀ ଶ୍ରୀମତି ମିଲି ରାଉତଙ୍କ ଅଧ୍ୟକ୍ଷତାରେ ଟିକାବାଲି ବ୍ଲକର ମୁନିଙ୍ଗିଆ ସେବାଶ୍ରମ ବିଦ୍ୟାଳୟରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏ ମହାମାରୀ ସମୟରେ ଗାଁ ରେ ରହୁଥିବା ଆଦିବାସୀ ଓ ଦଳିତ ପରିବାର ଛାତ୍ରଛାତ୍ରୀମାନଙ୍କୁ ଅବିରତ ଭାବରେ ଶିକ୍ଷାଦାନ କରି ଆସୁଥିବା ସ୍ୱେଚ୍ଛାସେବୀ ମାନଙ୍କୁ ସରକାର ଜ୍ଞାନବନ୍ଧୁ ଭାବରେ ଚୟନକରି ପ୍ରତି ଗାଁରେ ପିଲାମାନଙ୍କୁ ପାଠ ପଢାଇବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି ଯାହାଦ୍ୱାରା ପିଲାମାନେ ପାଠ ସହିତ ଜଡିତ ହୋଇରହିବେ ଏବଂ ପିଲାମାନେ ପାଠକୁ ଆଉ ଭୟ କରିବେ ନାହିଁ ଯେତେବେଳେ ସ୍କୁଲ ଖୋଲିବ ତା ସହିତ ପିଲାମାନେ ବିଭିନ୍ନ ନାଚ, ଗୀତ, ଖେଳ, ଗପ, ଚିତ୍ର, ମାଧ୍ୟମରେ ପାଠକୁ କିପରି ଗ୍ରହଣ କରିବେ ସେ ଉପରେ ଶିକ୍ଷା ଦିଆଯିବ ବୋଲି ଅଜୟ କୁମାର ରାଉତରାୟ କହିଥିଲେ ଏବଂ ଛାତ୍ରଛାତ୍ରୀମାନେ କିପରି ବ୍ୟକ୍ତିଗତ ଭାବରେ ନିଜକୁ ସୁରକ୍ଷା ରଖିବେ ପାଠକୁ କିପରି ଗୁରୁତ୍ୱ ମନେ କରିବେ ସେ ଉପରେ ମେରୀ ଏବାଞ୍ଜଳି ବେହେରା ନିଜର ବକ୍ତବ୍ୟ ରଖିଥିଲେ ଏବଂ ଜୀବିକା ସୁରକ୍ଷା ମଂଚ ଟିକାବାଲି ବ୍ଲକର ସଂଯୋଜକ ସଂଜୀବ ଦିଗାଲ କିପରି ଦୈନିକ ରିପୋର୍ଟ ପ୍ରଦାନ କରିବା ସ୍ୱେଚ୍ଛାସେବୀର ଦେଶ ପାଇଁ ଜାତି ପାଇଁ ସମାଜ ପାଇଁ କଣ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି ଏକାଠି ରହି ଆମେ କିପରି ଏକ ଶିକ୍ଷିତ ସମାଜ ଗଠନ କରିବା , ସ୍ୱେଚ୍ଛାକୃତ ସେବାକୁ କିପରି ଦୀର୍ଘସ୍ଥାୟୀ କରିବା ସହିତ ଜ୍ଞାନବନ୍ଧୁ ହୋଇ ସମସ୍ତ ଆଗାମୀ ପିଢ଼ିକୁ ଜ୍ଞାନ ବାଣ୍ଟିବା ବୋଲି ଉପସ୍ଥିତ ଥିବା ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲକ ସଂପ୍ରସାରଣ ଅଧିକାରୀ ସମସ୍ତ ସ୍ୱେଚ୍ଛାସେବୀମାନଙ୍କୁ ଜ୍ଞାନବନ୍ଧୁର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଧନ୍ୟବାଦ ଦେଇଥିଲେ ଶ୍ରୀ ରାଉତରାୟ ।

hiranchal ad1
Leave A Reply

Your email address will not be published.

18 − 16 =