ଜଳ ଓ ପରିମଳ ବିଭାଗ ଦ୍ୱାରା ରାଇକିଆ ଠାରେ କଠିନ ବର୍ଜ୍ୟ ବସ୍ତୁ କେନ୍ଦ୍ର ଗୃହ ନିମନ୍ତେ ଭୂମିପୂଜା

0 97

ଜି.ଉଦୟଗିରି,୨୦/୭: ରାଇକିଆ ଠାରେ ମଙ୍ଗଳବାରଦିନ ଏକ ଜୈବ ଖତ ଉତ୍ପାଦନ କେନ୍ଦ୍ର ସକାଶେ ରାଇକିଆ ବିଡ଼ିଓ ପ୍ରବିନ କୁମାର ବାଣୁଆ ଭୂମିପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଇକିଆ ତହସିଲଦାର ହରିହର ଭୋଇ, ବ୍ଳକ ଅଧ୍ୟକ୍ଷା ମାନିନୀ ପ୍ରଧାନ, ସମିତି ସଭ୍ୟା ମିନି ନାୟକ, ସରପଞ୍ଚ ପ୍ରଧାନ,ଜିଲା ପରିଷଦ ଝୁଲିମା ଦଳବେହେରା ଉପସ୍ଥିତ ରହିଥିଲେ । ସୂଚନା ଅନୁଯାୟୀ ଦିନକୁ ଦିନ ସହରରେ ବର୍ଜ୍ୟବସ୍ତୁ ଅଧିକମାତ୍ରାରେ ବାହାରୁଥିବାବେଳେ ତାହା ପରିବେଶକୁ ନଷ୍ଟ କରିବା ସହିତ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଚି । ଯାହାକୁ ଲକ୍ଷ୍ୟ କରି ଏହି ବର୍ଜ୍ୟ ବସ୍ତୁକୁ କିଭଳି କାର୍ଯ୍ୟରେ ଲଗାଯାଇପାରିବ ସେ ବିଷୟରେ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଚିନ୍ତା କରିଥିଲେ । ଏହି ବର୍ଜ୍ୟ ବସ୍ତୁକୁ କଂପୋଷ୍ଟ କରାଗଲେ ଚାଷୀ ଉପକୃତ ହେବା ସହର ସଫା ରହିବା ସଙ୍ଗେ ସଙ୍ଗେ କିଛି ଯୁବକ ଯୁବତୀଙ୍କ ସକାଶେ କର୍ମସଂସ୍ଥା ଯୋଗାଇ ହେବ ବୋଲି ସୂଚନା ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲାରେ ପ୍ରଥମ ସାର କାରଖାନା ରାଇକିଆଠାରେ ତିଆରି ହେଉଥିବା କାରଣରୁ ରାଇକିଆବାସୀ ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କୁ ସାଧୁବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + two =