କିରାବାଡି ଅଞ୍ଚଳରେ ହାତୀ ଆତଙ୍କ, ଘୁ.ଉଦୟଗିରି ବନ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଜଙ୍ଗଲକୁ ନ ଯିବାକୁ ସଚେତନ

0 90

ଘୁ.ଉଦୟଗିରି,୮/୭- ବ୍ଲକ ଅଧୀନରେ ଥିବା ଗ୍ରେସିଙ୍ଗିଆ ଗ୍ରାମପଞ୍ଚାୟତର କିରାବାଡି ଗ୍ରାମରେ ଗତ ଦୁଇ ଦିନ ହେବ ରାତିରେ ହାତୀ ପଶି ଆସିଥିବା ଲୋକେ ସୂଚନା ପାଇଥିଲେ ଏବଂ ସେହିଦିନ ରାତି ପ୍ରାୟ ଗୋଟାଏ ହେବ ବାହାରେ ରହି ଜଗିଥିଲେ କାରଣ ହାତୀଗୁଡିକ ଆମ୍ବଗଛ ଡାଳ ଭାଙ୍ଗିବା ଶବ୍ଦ ଶୁଣିଥିଲେ । ଲୋକେ ଭୟଭୀତ ହୋଇ ବାହାରେ ଜଗିଥିଲେ ଓ ପାଟି କରିଥିଲେ ଯାହାରି ଫଳରେ ନିକଟ ଗ୍ରାମ ଦେଇ ସେଇ ହାତୀ ଟୁକାଙ୍ଗିଆ ଯାଇଥିବା ଲୋକମାନେ ପ୍ରକାଶ କରିଛନ୍ତି । ଗଛରୁ ପଣସ ମଧ୍ୟ ତୋଳିଥିବା ପ୍ରକାଶ କରିଛନ୍ତି । ଟୁକାଙ୍ଗିଆ ଗ୍ରାମର ତଳିି ପକାହେଇଥିବା ଜମି ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଘୁ. ଉଦୟଗିରି ବନ ଅଧିକାରୀ ମିନାକ୍ଷୀ କୁମୁରାଙ୍କ ନେତୃତ୍ୱରେ ଏକ ଟିମ କିରାବାଡି ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ଓ ଡାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କୁ ସଚେତନ କରିବାପାଇଁ ପ୍ରଚାର ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଛି ।

hiring

ଏହି ହାତୀ ୩ ଗୋଟି ଥିବା ବନ ଅଧିକାରୀ ପ୍ରକାଶ କରିଥିବା ବେଳେ ଏହି ହାତୀ ଗଞ୍ଜାମ ଜଙ୍ଗଲ ଆଡୁ ପଶି ଆସିଥାଇପାରନ୍ତି ବୋଲି ପ୍ରକାଶ କରିଛନ୍ତି । ଘୁ. ଉଦୟଗିରି ବନ ଅଧିକାରୀ ଟୁକାଙ୍ଗିଆ ଓ କିରାବାଡି ଲିଙ୍ଗା,ମକବିଦୂଙ୍ଗିଆ ଏହିପରି ଅଞ୍ଚଳ ପରିଦର୍ଶନ କରି ଲୋକମାନଙ୍କୁ ଭୟଭୀତ ନ ହୋଇ ସଚେତନ ରହିବା ନିମନ୍ତେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =