ମୋ ଚାଟଶାଳୀ ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର

0 127

ଜି.ଉଦୟଗିରି/ରାଇକିଆ,୧୮/୬: ରାଇକିଆ ବ୍ଲକ ଗୁମାମାହା ଗ୍ରାମପଞ୍ଚାୟତ ପାଦେରିକିଆ ଗ୍ରାମରେ ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ କନ୍ଧମାଳ ଶାଖା ସଂଗଠନ ରାଇକିଆ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ମୋ ଚାଟଶାଳୀ ସ୍ୱେଛାସେବୀ ଭାଇ ଓ ଭଉଣୀ ମାନଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଶିକ୍ଷିତ ଯୁବକ ଓ ଯୁବତୀ ମାନେ ଏକାଠି ହୋଇ ନିଜ ଗ୍ରାମ, ପଞ୍ଚାୟତ,ବ୍ଲକ ସ୍ତରରେ ରହି କିଛି ମହତ କାର୍ଯ୍ୟକ୍ରମ କରିବାକୁ ଆଗେଇ ଆସିଥିବା ଦେଖିବାକୁ ମିଳିଛି । ସ୍ୱେଚ୍ଛାସେବୀମାନେ ଯେଉଁଦିନ ଠାରୁ ମୋ ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭକଲେ ସେବେଠୁ ତାଙ୍କ ମନରେ ଏକ ସେବା ମନ ଭାବ ଆସିଛି । ଆଜିର ଏ ତାଲିମ୍‌ ଶିବିରରେ ଗୁମାମାହା ସରପଞ୍ଚ ପ୍ରମିଳା ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଓଡିଶା ଶ୍ରମଜୀବୀ ମଞ୍ଚ ଭୁବନେଶ୍ୱରର ସାମାଜିକ କର୍ମୀ ପଞ୍ଚାନନ ପ୍ରଧାନ ଯୋଗ ଦେଇ ଶିବିରର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ଆଲୋଚନା କରିଥିଲେ ଏବଂ ଓଡିଶାରେ ୧୦ ହଜାର ସ୍ୱେଚ୍ଛାସେବୀ ମାନଙ୍କୁ ସଙ୍ଗଠିତ କରି ବିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜିକା ସସ୍ମିତା ମଲ୍ଲିକ ପରିଚାଳନା କରିଥିବାବେଳେ ଜିଲ୍ଲା କମିଟି ଦାୟିତ୍ୱରେ ଥିବା ସାଥି ସଞ୍ଜୟ ଦିଗାଲ, ସିଧେଶ୍ୱର ନାୟକ ଉପସ୍ଥିତ ରହି ଜିଲ୍ଲାରେ କିପରି ସଂଗଠନ ମଜବୁତ ହୋଇପାରିବ ସେଥିପ୍ରତି ସମସ୍ତେ କିପରି ଏକାଠି ହୋଇ ରହିବା ସେ ଉପରେ ମତ ଦେଇଥିଲେ । ତା ସହିତ ବ୍ଲକ ସଭାନେତ୍ରୀ ସୁଷମା ପ୍ରଧାନ ଏବଂ ସମ୍ପାଦିକା ରୁନା ପ୍ରଧାନ ସମେତ ଜିପି ଦାୟିତ୍ୱରେ ଥିବା ସାଥି ଭଉଣୀ ସହିତ କମିଟି ସଦସ୍ୟ ଯୋଗ ଦେଇଥିଲେ । ଶେଷରେ ପ୍ରମୋଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve − two =