ଶ୍ରୀରାମପଦା ଛକରେ ବିରାଟ ବରଗଛ ପଡ଼ି ରାସ୍ତା ଅବରୋଧ, ଯାତାୟାତ ବାଧାପ୍ରାପ୍ତ

0 104

ଘୁ. ଉଦୟଗିରି,୧୯/୦୬:- ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀରାମପଦା ଛକ ଠାରେ ବର୍ଷା, ପବନରେ ବହୁବର୍ଷ ପୁରୁଣା ବରଗଛ ମୂଳରୁ ପଡ଼ିଯିବା ପରେ ଘୁ.ଉଦୟଗିରି ଠାରୁ ସାରଙ୍ଗଡ ଓ ରଟିଙ୍ଗିଆ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଉଭୟ ପଟ ରାସ୍ତାରେ ଅନେକ ଯାନବାହାନ ଗୁଡ଼ିକ ଅପେକ୍ଷା କରି ରହିଛନ୍ତି କେତେବେଳେ ଗଛ କଟାହେବ ସମସ୍ତେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବେ । ସ୍ଥାନୀୟ ଜନସାଧାରଣଙ୍କ କହିବା ଅନୁସାରେ ଏତେ ବଡ଼ ବରଗଛଟି ଉପୁଡ଼ିଯିବା ଫଳରେ ଖରା ଦିନରେ ସେହି ରାସ୍ତା ଦେଇ ଅନେକ ଯାତ୍ରୀ ଙ୍କ ଯାତାୟାତ ସମୟରେ ଖରା ଦାଉରୁ ରକ୍ଷା ମିଳିପାରୁଥିଲା । କିନ୍ତୁ ଗଛଟି ବହୁ ପୁରୁଣା ପ୍ରାୟ ୧୫୦ ବର୍ଷରୁ ଅଧିକା ହେବ ଯାହା ଆଜି ସମ୍ପୂର୍ଣ ଉପୁଡ଼ିଯାଇଛି ଯାହା ଫଳରେ ରାସ୍ତା କଡ଼ରେ ଥିବା ଦୁଇଟି ଦୋକାନ ଓ ବିଶ୍ରାମ ଗାର ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।ଗୋଟିଏ ଜଳଖିଆ ଦୋକାନ ଦିଲୀପ ମହାପାତ୍ର ଙ୍କର ଓ ଅନ୍ୟ ଦୋକାନ ଟି ବାଇକ୍‌ ମରାମତି ଗ୍ୟାରେଜ୍‌ ମହେଶ ବେହେରାଙ୍କର ସମ୍ପୂର୍ଣ୍ଣ ନଷ୍ଟ ହୋଇ ଚୁରମାର ହୋଇଥିବା ବେଳେ କାହାର କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ନିକଟରେ ଥିବା ତ୍ରିନାଥ ମନ୍ଦିରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଘଟଣା ସ୍ଥଳକୁ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ ପହଞ୍ଚି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଗଛ କାଟିବାରେ ଲାଗିଥିବା ଦେଖିବାକୁ ମିଳିଛି । ଗଛଟି ବହୁତ ବଡ଼ ହୋଇଥିବାରୁ କାଟିବାରେ ବିଳମ୍ୱ ହେବା ସହ ବର୍ଷା ଯୋଗୁଁ କିଛି ସମୟ ଗଛକଟା ବନ୍ଦ ରହିଲା ଓ କିଛି ସମୟ ପରେ ପୁଣି ଗଛ କଟା ଚାଲିଛି । ଏପରି ସ୍ଥିତିରେ ବହୁ ସମୟ ହେବ ରାସ୍ତା ଅବରୋଧ ରହିଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇଛି । ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେବା ସହ କାର, ବାଇକ୍‌ କିମ୍ବା ଅଟୋ ମଧ୍ୟ ଯିବା ଆସିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

nineteen + 14 =