ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପ୍ରସ୍ତୁତିର କାର୍ଯ୍ୟକ୍ରମ

0 73

ଗଜପତି, ୧୯/୬- ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳକଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜଶ୍ୱ କମିଶନ ଅତିରିକ୍ତ ସଚିବ ରଞ୍ଜନ ବିଶ୍ୱାଳ ,ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ରାଜକିଶୋର ଘଡାଇ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡ଼ି ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମର ମୂଳଉଦ୍ଦେଶ୍ୟ ରହିଥିଲା ରାଜ୍ୟ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ, ଜୀବନକୁ କିପରି ରକ୍ଷା କରି ପାରିବା ସେ ନେଇ ଆଲୋଚନା କରାଯାଇଥିଲା । ଗଜପତି ଜିଲ୍ଲାକୁ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ /ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ କାର୍ଯ୍ୟକ୍ରମ କରାଇବା । ବିଶେଷକରି ଜିଲ୍ଲା ସାଧାରଣ ସ୍ୱାସ୍ଥ୍ୟ, ପ୍ରାଣୀଚିକିତ୍ସା, ଆରଡବ୍ଲୁ ଏସଏସ , ବିଦ୍ୟୁତ, ବିଭାଗର ଅଧିକାରୀ ଆଲୋଚନା କରାଯାଇଥିଲା । ଏହା ସବୁ ବିଭାଗର ଅଧିକାରୀ, ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ପଦସ୍ଥ ଅଧିକାରୀମାନେ କିପରି ନିଜ ନିଜ ବିଭାଗ ଦ୍ୱାରା ଏହାକୁ ପରିଚାଳନା କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏକ କାଳ୍ପନିକ ବାତ୍ୟା ସିତରଙ୍ଗକୁ ନେଇ ଏକ ପାୱାର ପାଇଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ କିପରି ଏହାର ମୁକାବିଲା କରିବେ ସେ ଦିଗରେ ଏକ ଜିଲ୍ଲାସ୍ତରୀୟ ଟେବୁଲ ଟପ ଏକ୍ସର ସାଇଜ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୋଷ କୁମାର ଶତପଥି ପରିଚାଳନା କରିଥିବା ବେଳେ ଶାଶଙ୍କ ଶତପଥି, ଶୁଶିଲ କୁମାର କର, ଅଜିତା ପାତ୍ର, ସନ୍ତୋଷ ପ୍ରଧାନ ଏବଂ ମିନକେତନ ବେହେରା ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

two + 7 =