ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକସଭା

0 109

ପାରଳାଖେମୁଣ୍ଡି,୨୧/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରଖ୍ୟାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କରଣସାହି ସ୍ଥିତ ବିଜୟ ବ୍ୟାୟାମ ଶାଳା ପରିସରରେ କ୍ରିଏଟିଭ ଆର୍ଟସ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଶୋକସଭା କରାଯାଇଥିଲା । ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୋକସଭାରେ ବିଶିଷ୍ଠ ନାଟ୍ୟକାର ଦେବେନ୍ଦ୍ର ଦାସ,ଗୁରୁ ରଘୁନାଥ ପାତ୍ର,ଅର୍ଜୁନନାୟକ, ନିର୍ଦ୍ଦେଶକ ତଥା ଅଭିନେତା ମନୋଜ କୁମାର ପାଢ଼ୀ, ଆଦର୍ଶ ଦାଶ,ସ୍ୱର୍ଗୟ ପ୍ରବୀଣ ପଣ୍ଡା ଙ୍କ ଭାଇ ତଥା ଅଭିନେତା ପ୍ରମୋଦ ଚନ୍ଦ୍ର ପଣ୍ଡା, ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଆଇନଜୀବି ଏମ ପୃଥ୍ୱୀରାଜ,ରଜତ କୁମାର ପାତ୍ର, ମାତାଙ୍ଗୀନି ଗୁରୁ, ସୁଜିତ ପାଣିଗ୍ରାହୀ, ହରିହର ପଟ୍ଟନାୟକ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ନାଟ୍ୟ ପ୍ରେମୀ,କଳାକାରମାନେ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣକରି ସ୍ମୃତିଚାରଣ ଓ ନିରବ ପ୍ରାଥନା କରିଥିଲେ । ସ୍ୱର୍ଗତ ପଣ୍ଡା ଜଣେ ଏକାଧାରରେ ନାଟ୍ୟକାର, କଳାକାର, ନାଟ୍ୟ ସଂଗଠକ, ନିର୍ଦ୍ଦେଶକ ରହିଥିବା ବେଳେ ଶତାଧିକ ନାଟକରେ ନିଜ ନିଖୁଣ ଅଭିନୟ,୫୦ ରୁ ଉର୍ଦ୍ଧ ସାମାଜିକ ନାଟକରେ ନିର୍ଦ୍ଦେଶନା, ସଚେତନତାମୂଳକ ନାଟକ ସମେତ କର୍ମମୟ ଜୀବନରେ ଜଣେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । ସେ ଶିକ୍ଷକତା ଜୀବନରେ ଯେଉଁ ସ୍ଥାନକୁ ସ୍ଥାନାନ୍ତିରିତ ହେଉଥିଲେ ବା ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଉନ୍ନତମାନର ପାଠ ପଢାଇବା ସହ ସେହି ଗ୍ରାମରେ ନାଟ୍ୟମଣ୍ଡଳୀ ଗଠନ କରି ନାଟକକୁ ବଞ୍ଚାଇ ରଖୁଥିଲେ । ସମ୍ପ୍ରତି ଟେଲିଭିଜନ ଓ ଅନ ଲାଇନ ସିନେମା ଯୁଗରେ ମଧ୍ୟ ନାଟକକୁ ବଞ୍ଚାଇବା ପାଇଁ ତାଙ୍କ ଉଦ୍ୟମକୁ ମନେ ପକାଯାଇଥିଲା ଏହା ସହ ସେ ବିଭିନ୍ନ ଜାତୀୟ ନାଟକ ପ୍ରତିଯୋଗିତାରେ, ତଥା ଆଲ୍‌ହାବାଦ ପ୍ରଭୃତି ସ୍ଥାନରେ ମଧ୍ୟ ନାଟକ ପରିବେଷଣ କରୁଥିଲେ । ସବୁଠାରୁ ମୁଖ୍ୟ କଥା ହେଲା ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହର ଏକ ଉପାନ୍ତ ଅଂଚଳ ହୋଇଥିବାରୁ ଏଠାରେ ଓଡ଼ିଆ ନାଟକକୁ ପରିବେଷଣ କରିବାରେ ମାହିର ଥିଲେ । ସଂଗଠନ ଠାରୁ ଆରମ୍ଭ କରି କଳାକାରଙ୍କୁ ଯୋଗାଡ କରିବା ଆଦି କାର୍ଯ୍ୟରେ ଲିପ୍ତଥିଲେ ବୋଲି ସ୍ମୃତି ଚାରଣ କରାଯାଇଥିଲା । ତାଙ୍କ ବିୟୋଗରେ ଜିଲ୍ଲାର ସମସ୍ତ ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଏହି ଶୋକସଭାରେ ବାହାରେ ରହୁଥିବା ତାଙ୍କ ବନ୍ଧୁଗଣ ମାନେ ଭିଡିଓ କଳ ମାଧ୍ୟମରେ ଶୋକ ପ୍ରକଟ କରିଥିଲେ । ଉପସ୍ଥିତ ସମସ୍ତ କଳାକାର, ନାଟ୍ୟ ଗୁରୁ, ସଙ୍ଗୀତ ଗୁରୁ ମାନେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିବା ସହ ଶୋକସନ୍ତପ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୂର୍ଚ୍ଛନା କଳାପରିଷଦର ହରିଦାଶ ପାଣିଗ୍ରାହୀ ଏବଂ ସମଲେଇ ନୃତ୍ୟକଳା ପରିଷଦର ବାଳକୃଷ୍ଣ ପାଣିଗ୍ରାହୀ, ଏବଂ ଗଜପତି ଡ୍ୟାନ୍ସ ଟାଲେ ର ରାଜୁ ପାତାଲ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

14 − thirteen =