ଆନ୍ଧ୍ର ସୀମାନ୍ତ ପ୍ରବେଶପଥର ନାକାଗେଟ୍‌ରେ କଡାକଡି ସ୍ଥିତି ଅନୁଧ୍ୟାନ ଓ କୋଭିଡ୍‌ ଟେଷ୍ଟ

0 85

ପାରଳାଖେମୁଣ୍ଡି,୧୯/୪- ସମଗ୍ର ରାଜ୍ୟ ସମେତ ଜିଲ୍ଲାରେ କୋଭିଡ୍‌ ସଂକ୍ରମଣର ଦ୍ୱିତୀୟ ଲହରରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ଦିନକୁଦିନ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ୧୭ ତାରିଖଠାରୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ ତଥା ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି । ଫଳରେ ଜିଲ୍ଲାବ୍ୟାପୀ ସମଗ୍ର ପାରଳାଖେମୁଣ୍ଡି ସହର ନିଃଶବ୍ଦ ପାଲଟି ଯାଇଛି । ସହରରେ ଶୁଭୁଛି କେବଳ ପୋଲିସ୍‌ ସାଇରନ । ରାତ୍ରି ୯ ଘଣ୍ଟା ପୂର୍ବରୁ ସମସ୍ତ ଦୋକାନ ବଜାର ସହ ଗାଡିମୋଟର ବାଇକ ଚଳାଚଳ ବନ୍ଦ ହୋଇଯିବା ସହ ଶୁନଶାନ୍‌ ହୋଇପଡୁଛି ରାସ୍ତାଘାଟ । ଜନସାଧାରଣଙ୍କ ବାହାରକୁ ବାହାରିବା ମନା ଯୋଗୁଁ ଚଳଚଞ୍ଚଳ ସହର ସଂପୂର୍ଣ୍ଣ ଭାବେ ଶୁନଶାନ୍‌ ହୋଇପଡୁଛି । ସମସ୍ତ ଛକ ସ୍ଥାନରେ ଜଗି ରହୁଛନ୍ତି ସୁରକ୍ଷା କର୍ମୀ । କରୋନା ମହାମାରୀର ଦ୍ୱିତୀୟ ଲହରକୁ କଡା ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଜିଲ୍ଲାରେ ଜାରି କରାଯାଇଛି ରାତ୍ରୀକାଳୀନ କର୍ଫ୍ୟୁ । ରାତି ୯ ଘଣ୍ଟା ଠାରୁ ସକାଳ ୫ଟା ପର୍ଯ୍ୟନ୍ତ ଯାତାୟାତ ବାରଣ କରାଯାଇଛି । ଜିଲ୍ଲାର ଓଡିଶା-ଆନ୍ଧ୍ର ସୀମାନ୍ତ ସମେତ ସମସ୍ତ ପ୍ରବେଶ ପଥରେ ଚେକିଂ କଡାକଡି କରାଯାଇଛି । କିଛି ଜରୁରୀକାଳୀନ ସେବା ତଥା ଚିକିତ୍ସା କ୍ଷେତ୍ରରେ ଲୋକଙ୍କୁ ଅନୁମତି ଦିଆଯାଇଥିବାବେଳେ ଅମାନିଆଙ୍କୁ ଧରୁଛି ପୋଲିସ । ରାତ୍ରୀକାଳୀନ କର୍ଫ୍ୟୁ ସମୟରେ ପୋଲିସ ପେଟ୍ରୋଲିଂରେ ସାମିଲ ହୋଇଛନ୍ତି ନିଜେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ଓ ପାରଳାଖେମୁଣ୍ଡି ଆଦର୍ଶଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ସମେତ ସମସ୍ତ ପୋଲିସ ଅଧିକାରୀ । ରାତି ଓ ଦିନର ବିଭିନ୍ନ ସମୟରେ ଓଡିଶା-ଆନ୍ଧ୍ର ସୀମାନ୍ତ ପ୍ରବେଶ ପଥରେ ନାକା ଲଗାଯାଇ ଯିବାଆସିବା କରୁଥିବା ସମସ୍ତଙ୍କୁ ଯାଞ୍ଚ କରାଯାଉଛି । ଦିନ ବେଳା ସୀମାନ୍ତ ପ୍ରବେଶ ପଥର ପୁରୁନାପାଟନା ଓ ଧାମୁନିଗାଁଁ ନାକାଗେଟ ଠାରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଯାଞ୍ଚ କଡାକଡି କରାଯିବାସହ ବାହାରୁ ଆସୁୁୁଥିବା ଲୋକଙ୍କ କୋଭିଡ୍‌ ଚିହ୍ନଟ ପରୀକ୍ଷଣ କରାଯାଉଛି । ଦିନ ଓ ରାତିରେ ରାସ୍ତାରେ ପୋଲିସ ପଇଁତରା ମାରି ମାସ୍କ ପିନ୍ଧିବା , ଜନଗହଳିକୁ ଏଡ଼ାଇବା ଓ ନାଇଟ କର୍ଫ୍ୟୁ ଉପରେ ଲୋକଙ୍କୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯାଉଛି ବୋଲି ଏସପି ଶ୍ରୀ ତପନ କୁମାର ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 11 =