ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଦିନିକିଆ ପନିପରିବା ଚାଷ ତାଲିମ ଶିବିର

0 101

ପାରଳାଖେମୁଣ୍ଡି,୨୧/୧୨- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କଫେରେନ୍ସ ହଲ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଏକ ଦିନିଆ ପନିପରିବା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଛନ୍ତି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ କେ ସୁଦର୍ଶନ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସହକାରୀ ଉପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାତ୍ର । ଅନ୍ୟତମ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରିନ୍ୟାସ ପ୍ରଧାନ, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ଓଡ଼ିଶା ଜୀବିକାମିଶନ ପ୍ରୋଜେକ୍ଟ ମ୍ୟାନେଜର ପ୍ରିୟମ୍ବଦା ବିଷୋୟୀ, ପ୍ରୋଗ୍ରାମ କୋଡିନେଟର ପ୍ରମୁଖ ମଞ୍ଚାସିନ ଥିଲେ । ଗୁମ୍ମା ଓ କାଶୀ ନଗର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଓ ସଂପାଦକ ୩୨ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇଛି । ଯାହା ଫଳରେ ସେମାନେ ବାଡ଼ି ବଗିଚାରେ ପନିପରିବା ଚାଷ କରି ନିଜେ ପନିପରିବା ବ୍ୟବହାର କରିବା ସହ ଅଧିକା ଉତ୍ପାଦନ ହେଲେ ବଜାରରେ ବିକ୍ରୀ କରି ଦୁଇ ପଇସା ରୋଜଗାର କରିପାରିବେ । ସେମାନେ ଆତ୍ମ ନିର୍ଭରଶୀଳ ହୋଇ ସେମାନଙ୍କର ସାମାଜିକ ଅର୍ଥନୈତିକ ବୃଦ୍ଧି ହେବା ସହ ସମାଜର ମୁଖ୍ୟସ୍ରୋତରେ ପହଞ୍ଚି ପାରିବେ । ସେମାନଙ୍କର ଜୀବନ ଜୀବିକା ଉନ୍ନତ ମାନର ହୋଇପାରିବ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୋହନା ବ୍ଳକର ସହକାରୀ ଉଦ୍ୟାନ ଅଧିକାରୀ ଅନୀଲ କୁମାର ସେଠୀ ଓ ଗୋଶାଣୀର ସହକାରୀ ଉଦ୍ୟାନ ଅଧିକାରୀ ପୁଷ୍ପମିତା ଶବରଙ୍କ ସହ ଉଦ୍ୟାନ ବିଭାଗର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ଆନୁକୂଲ୍ୟରେ ଓ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

9 + 3 =