ପାରଳାଖେମୁଣ୍ଡି,୨୬/୧୨- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ କରୋନା କଟକଣା ଅନୁଯାୟୀ ବିଜେଡିର ପ୍ରତିଷ୍ଠା ଦିବସ ନିରାଡମ୍ବର ଭାବେ ପାଳନ କରାଯାଇଛି । ଏଥିରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ, ରାଜକୁମାରୀ କଲ୍ୟାଣି ଦେବୀ ଶତପଥୀ, ଶ୍ରୀ ବସନ୍ତ କୁମାର ଦାସ ,ନଗର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ, ଶ୍ରୀ ଲଷ୍ମୀକାନ୍ତ ପରିଛା, ଯୁବ ସଭାପତି, ଛାତ୍ର ସଭାପତି ବିଶ୍ୱଜିତ ତ୍ରିପାଠୀ, ମହିଳା ସଭାନେତ୍ରୀ ଶ୍ରୀମତୀ ସଂଯୁକ୍ତା ବେହେରାଙ୍କ ସମେତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସମସ୍ତ ତୁଙ୍ଗନେତା ଉପସ୍ଥିତ ଥିଲେ । ମାନ୍ୟବର ସାଂସଦ ଶ୍ରୀ ସାହୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ମୃତିଚାରଣ କରିବା ସହ ବିକାଶ ପୁରୁଷ ନବୀନ ବାବୁଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ଗଜପତି ଜିଲ୍ଲାରେ ସଙ୍ଗଠନକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ, ପାରଳା ମହାରାଜା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପଥୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଫଳ ବଣ୍ଟନ, ନବଜୀବନ ଅରଫାନ ହୋମରେ ପିଲା ମାନଙ୍କୁ ଖାତା ଓ କଲମ ବଣ୍ଟନ ଓ ସେମାନଙ୍କ ସହ ମିଶି ଭୋଜନ କରିଥିଲେ ସମସ୍ତ ନେତା ଓ କର୍ମୀ । ଆଜିର ସଭାକାର୍ଯ୍ୟ ପରିଚାଳନା କରିଥିଲେ ନଗର ବିଜେଡ଼ି ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ । ସମସ୍ତଙ୍କ ପ୍ରଚେଷ୍ଟା ରେ ନିରାଡମ୍ବର ଭାବେ ସମସ୍ତ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା ।
