ଗଜପତି,୧୭/୬- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆଜି କେନ୍ଦ୍ରର ମୋଦୀ ସରକାରଙ୍କର ଏକଛତ୍ରବାଦ ନୀତି ଓ ପୁଲିସ୍ର ଦମନଲୀଳା ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦିଲ୍ଲୀ ପୁଲିସ୍ର ବର୍ବରତା ପ୍ରତିବାଦରେ ଗଜପତି ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଦର ମହକୁମାରେ ଥିବା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରା ବାହାରି କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ତଥା ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପରିଚାଳନା କରିଥିଲେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଦସରଥି ଗମାଙ୍ଗ, ଜିଲ୍ଲା ଉପସଭାପତି ବସନ୍ତ ପଣ୍ଡା, ସଂଜୟ ଅଧିକାରୀ, ସଂଗ୍ରାମ ସାହୁ , ତ୍ରିନାଥ ପାତ୍ର, ଗୁମ୍ମା ବ୍ଲକର ଜିଲ୍ଲା ପରିଷଦ ସଭ୍ୟ, ଲଳିତ ମୋହନ ଦଣ୍ଡସେନା, ମଣ୍ଟୁ ପାଣି, ବହୁ ସରପଞ୍ଚ ସମିତି ସଭ୍ୟ, ରମେଶ ପ୍ରଧାନି,ମଫେଲ ଲିମା, ନବୀନ ରଚିତ, ମୋହନା ବ୍ଲକ ସଭାପତି, ଆର୍ ଉଦୟଗିରି ବ୍ଳକ ସଭାପତି, ରାୟଗଡା ବ୍ଲକ ସଭାପତି, ନୂଆଗଡ ବ୍ଲକ ସଭାପତି, କାଶୀନଗର ବ୍ଲକ ସଭାପତି, ସମସ୍ତ ବ୍ଲକ୍ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।