ସମ୍ଭ ।ବ୍ୟ ପ୍ରବଳ ବର୍ଷାପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

0 122

ପାରଳାଖେମୁଣ୍ଡି,୧୮/୧୦- ରାଜ୍ୟ ପାଣିପାଗ ତରଫରୁ ସୂଚାଇ ଦିଆଯାଇଥିବା ତଥ୍ୟ ଅନୁସାରେ ଆସନ୍ତା୧୯ ତାରିଖ ଠାରୁ ୨୨ ପର୍ଯ୍ୟନ୍ତ ସମ୍ବାବ୍ୟ ପ୍ରବଳବର୍ଷା ଗଜପତି ଜିଲ୍ଲାରେ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ,ବନ ଉପଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ଯୋଗ ଦେଇଥିଲେ । ପ୍ରଥମେ ଜିଲ୍ଲାପାଳ ଅଗ୍ନିନିର୍ବାପକ ଅଧିକାରୀଙ୍କ ସହ ଆଲୋଚନା କରି ଜିଲ୍ଲାରେ ଥିବା ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଆବଶ୍ୟକ ମାନବ ସମ୍ବଳ ସହ ଆସ୍କାର ଲାଇଟ, କଟିଙ୍ଗ ମେସିନ ଏବଂ ମଟର ଭେଇକେଲ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ହରଭାଙ୍ଗି ଜଳ ସେଚନ ପ୍ରକଳ୍ପ ରେ ଆବଶ୍ୟକ ଥିବା ଜଳର ପରିମାଣରୁ କମ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୋଟା ବେରେଜର ଜଳର ପରିମାଣରୁ କମ ରଖିବା ପାଇଁ ଆନ୍ଧ୍ର ପ୍ରଦେଶର ବିଭାଗୀୟ ଯନ୍ତ୍ରୀଙ୍କ ସହିତ ନିୟମିତ ଯୋଗାଯୋଗ ରଖିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ପ୍ରତିପ୍ରଞ୍ଚାୟତରେ ଆବଶ୍ୟକ ପରିମାଣ ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ଜିଲ୍ଲାପାଳ ଯୋଗାଣ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ବର୍ଷାର ପ୍ରଚାର ପାଇଁ ମାଇକିଙ୍ଗ କରିବା ପାଇଁ ପ୍ରତି ପଞ୍ଚାୟତ ସମିତି ର ଗୋଷ୍ଠୀ ଉନ୍ନୟନ ଅଧିକାରୀଏବଂ ସହରାଞ୍ଚଳରେ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଚିହ୍ନଟ କରାଯାଇ ଥିବା ବିପଦ ସଙ୍କୁଳ ଗ୍ରାମମାନଙ୍କରେ ବିଦ୍ୟାଳୟ ଗୃହକୁ ଖୋଲା ଓ କାର୍ଯ୍ୟକ୍ଷମ ରଖିବା ପାଇଁ ଶିକ୍ଷକ ମାନଙ୍କୁ ଉପସ୍ଥିତ ରହି ଦାୟିତ୍ୱ ବହନ କରିବା ପାଇଁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଚିହ୍ନଟ ହୋଇଥିବା ପଞ୍ଚାୟତ ମାନଙ୍କରେ ଜେସିବି ଏବଂ ଟ୍ରାକଟର ମହଜୁଦ କରିବା ପାଇଁ ଆରଡି ଏବଂ ରାସ୍ତା କୋଠାବାଡ଼ି ବିଭାଜନ ନିର୍ବାହୀଯନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଭିଡିଓ କଂଫେରେନ୍ସ ମାଧ୍ୟମରେ ବିଡିଓ ଓ ତହସିଲଦାର ମାନଙ୍କୁ ସଜାଗ ରହି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

17 − two =